ଭୁବନେଶ୍ୱର, ୩୦/୩: ସରକାର ବଦଳିଲା କିନ୍ତୁ ଚରିତ୍ର ବଦଳିଲା ନାହିଁ। ସେହି ସମାନ ଚରିତ୍ର, ସେହି ସମାନ ମାନସିକତା। ବିଜୁ ଜନତା ଦଳ ସରକାର ଚାଷୀ ନେତାମାନଙ୍କୁ ରସୁଲଗଡ଼ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ପାଇଁ ସୁଯୋଗ ଦେଉଥିଲା। କିନ୍ତୁ, ଦୁର୍ଭାଗ୍ୟ ଡବଲ ଇଞ୍ଜିନ ସରକାର ଫୁଲନଖରା ଛକ ଡିଆଁଇ ଦେଲନି। ଶାନ୍ତିପୂର୍ଣ୍ଣ ଭାବେ ଶହ ଶହ ଚାଷୀ ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୩୧ “କୃଷକ ଏକତା ଗଣ ପଦଯାତ୍ରା ଓ ସତ୍ୟାଗ୍ରହ“ ଘଟଗାଁ ମା’ ତାରଣୀଙ୍କ ପୀଠରୁ ଭୁବନେଶ୍ବର ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ। ପଦଯାତ୍ରାର ନବମ ଦିନରେ ଫୁଲଖରା ଛକରେ ପହଞ୍ଚିବା ପରେ ରାଜ୍ୟ ପୋଲିସ ବାହିନୀ ସେଠାରେ ନବନିର୍ମାଣ କର୍ମକର୍ତ୍ତା ଓ ରାଷ୍ଟ୍ରୀୟ ଚାଷୀ ନେତାମାନଙ୍କୁ ଅଟକାଇ ଅନ୍ୟୟ ଭାବେ ଗିରଫ କରି ବିଭିନ୍ନ ଥାନାରେ ରଖିଛି। ପାଖାପାଖି ୫/୬ ଜଣ ଏସିପି ବହୁ ଉପରିସ୍ଥ ଅଧିକାରୀମାନେ ଚାଷୀମାନଙ୍କୁ ଅଟକାଇଥିଲେ। ଏବେ ବିଧାନସଭା ଅଧିବେଶନ ଚାଲିଥିବାରୁ ପୋଲିସଙ୍କ ମନରେ ଛନକା ପସିଛି। ବିନା କାରଣରେ ଅତୀତରେ କୌଣସି ଜାଗାରେ ବିଶୃଙ୍ଖଳା ଆଚରଣ, ହିଂସା କରିନଥିବା ନବନିର୍ମାଣକୁ ପୋଲିସ୍ ବିନା କାରଣରେ ନଖରା ଛକରେ ଅଟକାଇଛି। ରାଜ୍ୟର ବିଭିନ୍ନ କର୍ମଚାରୀ ସଂଗଠନ ଓ ଅନ୍ୟାନ୍ୟ ସମସ୍ତ ସଂଗଠନ ସେମାନଙ୍କର ଗଣତାନ୍ତ୍ରିକ ଦାବି ନେଇ ଶୋଭାଯାତ୍ରା କରୁଥିବା ବେଳେ ନବନିର୍ମାଣକୁ ରାସ୍ତାରେ ଅଟକାଇ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ, କିନ୍ତୁ ପୋଲିସ ଏହି ଆନ୍ଦୋଳନକୁ ଅଟକାଇ ପାରିବ ନାହିଁ। ପୋଲିସ ଏହି ଆନ୍ଦୋଳନକୁ ଯେତେ ଦାବିବ ଚାଷୀ ଆନ୍ଦୋଳନ ଆହୁରି ତୀବ୍ର ଭାବରେ ଉପରକୁ ଉଠିବ ବୋଲି ନବନିର୍ମାଣର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି। ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ଓଡ଼ିଶା ପୋଲିସର ଏହି ଅଗଣତାନ୍ତ୍ରିକ ଓ ତାନାସାଇ ମନୋଭାବ ଅତ୍ୟନ୍ତ ନିନ୍ଦନୀୟ। ବିନା କାରଣରେ ଚାଷୀମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ କରାହେଉଛି। ରାଜ୍ୟରେ ଅଷ୍ଟମ ବେତନ କମିଶନ ଲାଗୁକରିବା ପାଇଁ ଭବିଷ୍ୟତରେ ସରକାର ଯାଉଥିଲା ବେଳେ ଚାଷୀମାନଙ୍କୁ ମାସିକ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ ଦାବି ପାଇଁ କୁଣ୍ଠାବୋଧ ହେଉଛନ୍ତି। ଆମର ପ୍ରଥମ ଦାବି ଚାଷୀମାନେ ପେନସନ ପାଇବେ ଓ ରାଜ୍ୟର ୬୦ ଲକ୍ଷ ବୁଢ଼ାବୁଢ଼ୀ ୩,୦୦୦ ଟଙ୍କା ଭତ୍ତା ପାଇବେ, ଭତ୍ତା ଆଉ ପେନସନ ପାଇଁ ଏ ମହାସଂଗ୍ରାମ ଚାଲିଛି। ଯୁବଛାତ୍ର ସଂଯୋଜକ ମନଓ୍ବର ଅଲ୍ଲୀ କହିଛନ୍ତି ଯେ, ପୋଲିସର ଏଭଳି ଆଚରଣର ଅତ୍ୟନ୍ତ ଶୋଭନୀୟ ନୁହେଁ। ବାରମ୍ବାର ପୋଲିସ୍ ଚାଷୀ ଆନ୍ଦୋଳନକୁ ଗଳା ଚିପି ହତ୍ୟା ଉଦ୍ଦ୍ୟମ କରିଛି। ଯେଉଁମାନେ ରାଜ୍ୟର ଅନ୍ନଦାତା ସେମାନଙ୍କ ଅଧିକାର ହନନ କରିବା ଅତ୍ୟନ୍ତ ନିନ୍ଦନୀୟ। ଆଜି ନଖରା ଛକରେ ନବନିର୍ମାଣ କର୍ମୀଙ୍କ ମଧ୍ୟରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉତ୍ତେଜନା ଲାଗିରହିଛି। ପୋଲିସ୍ ବ୍ୟାରିକେଡ଼୍ କରି ଚାଷୀମାନଙ୍କୁ ଅଟକାଇବା ପାଇଁ ବଧପରିକର ହୋଇଛି। ଶାନ୍ତିପୂର୍ଣ୍ଣଭାବେ ଆସୁଥିବା ଚାଷୀମାନଙ୍କୁ କେବଳ କୁହାଯାଉଛି, ବେଆଇନ ଭାବେ ଏକାଠି ହେଉଛନ୍ତି, ରାସ୍ତାରେ ଆପଣ ଚାଲିବା ପାଇଁ ପରମିସନ ନାହିଁ। ଏଇଟା ଗାଁ ରାସ୍ତା, ଏ ରାସ୍ତା ଆପଣ ଅଟକ ରଖି ପାରିବେନି। ଏ ଭଳି ବିଭିନ୍ନ ଅଭିଯୋଗ କରି ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଷ୍ଟ୍ରୀୟ କୃଷକ ନେତା ରାକେଶ ଟିକାୟତ, ଆରଜେଡ଼ିର ଲୋକସଭା ସାଂସଦ ସୁଧାକର ସିଂହ, ଝାଡ଼ଖଣ୍ଡର ଚାଷୀ ନେତା ବିଜୟ କୁମାର, ଉତ୍ତର ପ୍ରଦେଶର ଚାଷୀ ନେତା ଅରବିନ୍ଦ ମୂର୍ତ୍ତି, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଯୁବ ଛାତ୍ର ସଂଯୋଜକ ମନଓ୍ବର ଅଲ୍ଲୀ, ରାଜ୍ୟ ସହସଂଯୋଜକ ରଶ୍ମି ରଞ୍ଜନ ସ୍ବାଇଁ, ଦେବୀ ପ୍ରସାଦ ମହାରଣା, ଦୁର୍ଗା ଚରଣ ସ୍ବାଇଁ, ଢେଙ୍କାନାଳ ପ୍ରଭାରୀ ଅଶ୍ବିନୀ ଜେନା, ମୟୁରଭଞ୍ଜ ପ୍ରଭାରୀ ଚିନୁ ଦାସ, ଗଜପତି ପ୍ରଭାରୀ ରଣଜିତ୍ ପଟ୍ଟନାୟକ, ଇରା, ଖଗେଶ୍ବର ମହନ୍ତ, ବିଳାସିନୀ ମହନ୍ତି, ପ୍ରଭାତ ମାହାଳିକ, ଦାଶରଥି ସାହୁ, କୃଷ୍ଣ ନାଏକ, ଗଣେଶ ବେହେରା, ଦାଶରଥି, ଅଶୋକ ଶାନ୍ତି, ପ୍ରଶାନ୍ତ ମଲ୍ଲିକ, ମଞ୍ଜୁ ସେଠୀ, ଜ୍ୟୋତ୍ସ୍ନା ମହାକୁଡ଼, ପ୍ୟାରିସ ପାତ୍ର, ସୁବାଷ ଜତି, ଡା କୁଳମଣି, ୨୦୦ରୁ ଅଧିକ କର୍ମକର୍ତ୍ତା ମାନଙ୍କୁ କର୍ମକର୍ତ୍ତାମାନଙ୍କୁ ପୋଲିସ ବିଭିନ୍ନ ଥାନାରେ ଅଟକ ରଖିଛି। Post navigation ରାଜ୍ୟ ସରକାର ପାଳିବେ ଓଡ଼ିଆ ପକ୍ଷ, ପନ୍ଦର ଦିନ ଧରି ଚାଲିବ କାର୍ଯ୍ୟକ୍ରମ ବିଜେଡି ପରିତ୍ୟାଗ କରି ବିଜେପିରେ ଯୋଗଦେଲେ କେନ୍ଦୁଝର ପୌରପାଳିକା ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ