Bhubaneswar Foundation Day

78 ତମ ରାଜଧାନୀ ପ୍ରତିଷ୍ଠା ଦିବସ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଆଜି ପ୍ରାତଃ ସମୟରେ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ବିଧାନସଭା ସୌଧ ନିକଟରେ ଥିବା ରାଜଧାନୀ ପ୍ରତିଷ୍ଠା ଦିବସ ଫଳକରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଛି । ମାନନୀୟା ବାଚସ୍ପତି, ଭୁବନେଶ୍ୱର ସାଂସଦ, ମେୟର, ବିଧାୟକ ବୃନ୍ଦ, ବିଏମ୍ ସି କମିଶନର, କର୍ପୋରେଟର ବୃନ୍ଦ, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଦସ୍ୟ ବୃନ୍ଦ ଏହି ପ୍ରତିଷ୍ଠା ଫଳକରେ ମାଲ୍ୟାର୍ପଣ କରିଥିଲେ । ସମ୍ମିଳିତ ପ୍ୟାରେଡରେ ମୁଖ୍ୟ ଅତିଥି ମାନନୀୟା ବାଚସ୍ପତି ଅଭିବାଦନ ଗ୍ରହଣ କରିଥିଲେ। ଡେୟାର ଡେଭିଲ ଏବଂ ଓଡିଶା ସ୍କେଟିଂ ଆସୋସିଏସନ ପକ୍ଷରୁ ମଧ୍ୟ ଆକର୍ଷଣୀୟ କ୍ରୀଡା କୌଶଲ ପ୍ରଦର୍ଶନ କରାଯାଇଥିଲା । ପରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ଫଟୋ ପ୍ରଦର୍ଶନୀକୁ ମଧ୍ୟ ମାନନୀୟା ବାଚସ୍ପତି ଉଦଘାଟନ କରିଥିଲେ ।
ରାଜଧାନୀ ପ୍ରତିଷ୍ଠା ଦିବସର ସାନ୍ଧ୍ୟ ଅଧିବେଶରେ ଉତ୍କଳମଣ୍ଡପଠାରେ ସାଧାରଣ ସଭା, ରାଜଧାନୀ ଗୌରବ ସମ୍ମାନ ଓ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମ୍ ପଟି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ, ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, କମିଶନର ଶ୍ରୀ ଚଞ୍ଚଳରାଣା, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପାଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ ମହାନ୍ତି, ସାଧାରଣ ସଂପାଦକ ଶ୍ରୀ ସନତ ମିଶ୍ର ମଂଚାସୀନ ଥିଲେ । ଏହି ଅବସରରେ 13 ଜଣଙ୍କୁ ରାଜଧାନୀ ଗୌରବ ପୁରସ୍କାର ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ବିଶିଷ୍ଟ ପ୍ରଶାସକ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଶିଶୁରୋଗ ବିଶେଷଜ୍ଞ ଶ୍ରୀ ବିଶ୍ୱଜିତ୍ ମିଶ୍ର, ବୈଜ୍ଞାନିକ (ଲିଷ୍ଟ ସଂଲଗ୍ନ କରାଯାଇଛି ) ଏହା ବ୍ୟତୀତ ଆଜି ପରେଡରେ ଅଂଶ ଗ୍ରହଣ କରିଥିବା ଉଚ୍ଚ ମାଧ୍ୟମିକ ଓ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରଷ୍କାର ପ୍ରଦାନ କରାଯାଇଥିଲା । ସେହିପରି ମହର୍ଷି ମହାବିଦ୍ୟାଳର ଡେୟାର ଡେଭିଲ ଓ କଳିଙ୍ଗ ସ୍କେଟିଂ ଏକାଡେମୀର ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟସ୍ତରରେ ହୋଇଥିବା ନୃତ୍ୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କ ମଧ୍ୟ ପୁରସ୍କୃତ କରାଯାଇଥି । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରେ ମାନ୍ୟବର ରାଜ୍ୟପାଳ ଏକ କେଟ୍ କାଟିଥିଲେ । ଏହି ଅବସରରେ ସମସ୍ତ କର୍ପୋରେଟରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
ପରେ ଇଲେକ୍ଟ୍ରୋନିକ୍ସ ଆତସବାଜି ଏବଂ ଲେଜର ଶୋ କରାଯାଇଥିଲା । ଶେଷରେ ଖୋର୍ଦ୍ଧା ପାଇକଙ୍କ ଆକର୍ଷଣୀୟ ପାଇକ ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶ୍ରୀ ରତ୍ନାକର ସାହୁ ଓ କୈଳାସ ଚନ୍ଦ୍ର ଦାସ ।
ମାନନୀୟା ମେୟର ଶ୍ରୀମତୀ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ରାଜଧାନୀର ଅତୀତର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସଂପର୍କରେ ଅବଗତ କରାଇଥିଲେ । ବିଏମ୍ ସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଶ୍ରୀ ଚଞ୍ଚଳ ରାଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *