ମେ ୩୦ ତାରିଖରୁ ଘର ବୁଲିବେ ବିଏଲଓ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ 80 ହଜାର ଭୋଟର ବାଦ ପଡିଛନ୍ତି ଯେଉଁମାନେ ଭାରତୀୟ ନାଗରିକ ନାହଁନ୍ତି ସେମାନଙ୍କୁ ବାହାର କରାଯିବ ରାଜ୍ୟରେ ଏସଆଇଆର ଆରମ୍ଭ କରାଯିବ। ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ: ୨୦ ମଇ ରୁ ୨୮ ମଇ ପର୍ଯ୍ୟନ୍ତ ଚାଲିବ। ଏହା ସହ ବୁଥ୍ ଲେବଲ ଅଫିସର ମାନଙ୍କ ଦ୍ୱାରା ଘରେ ଘରେ ପରିଦର୍ଶନ ୩୦ ମଇ ଆରମ୍ଭ କରି ରୁ ୨୮ ଜୁନ୍ ପର୍ଯ୍ୟନ୍ତ ଚାଲିବ।ଖସଡା ଭୋଟର ତାଲିକା ପ୍ରକାଶ ୦୫ ଜୁଲାଇ ରୁ ଚାଲିବ। ଦାବି ଓ ଆପତ୍ତି ଦାଖଲ ସମୟସୀମା: ୫ ଜୁଲାଇ ଠାରୁ ଆରମ୍ଭ କରି ୪ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବା ସହ ନୋଟିସ ପର୍ଯ୍ୟାୟ / ଦାବି ଓ ଆପତ୍ତିର ନିଷ୍ପତ୍ତି ୫ ଜୁଲାଇ ରୁ ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହା ସହ ଅନ୍ତିମ ଭୋଟର ତାଲିକା ପ୍ରକାଶ ୦୬ ସେପ୍ଟେମ୍ବର ରେ କରାଯିବ। ରାଜ୍ୟରେ ବର୍ତ୍ତମାନ ଆଜି ୩ କୋଟି ୩୪ ଲକ୍ଷ ଭୋଟର ଅଛନ୍ତି। ୯୪.୬୪ ମ୍ୟାପିଂ ସରିଛି। ଏସଆଇଆର ଶେଷ ହେବା ବେଳେ ୪୫,୨୫୫ ବୁଥ ହେବ। ପ୍ରତି ବୁଥରେ ୧୨୦୦ ଭୋଟର ରହିବେ।ବର୍ତ୍ତମାନ ସୁଦ୍ଧା ବୁଥ ସ୍ଥରୀୟ ଏଜେଣ୍ଟ (ବିଏଲଏ)-୨୭,୭୨୩ ଥିବା ବେଳେ ୩୮,୧୨୩ ଜଣ ବିଏଲଓଙ୍କୁ ନିଯୁକ୍ତି ଦିଆଯାଇଛିନୂଆ ଭୋଟର ଆଡ଼ ପାଇଁ ବ୍ଲାକ ୬ ଫର୍ମ ଅଛି। ଘର ଘର ବୁଲି ଏହି ସର୍ଭେ ହେବାକୁ ଥିବା ବେଳେ କୌଣସି ଡକୁମେଣ୍ଟ ଆବଶ୍ୟକ ନାହିଁ। ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ 80 ହଜାର ଭୋଟର ବାଦ ପଡିଛନ୍ତି। ଯେଉଁମାନେ ଭାରତୀୟ ନାଗରିକ ନାହଁନ୍ତି ସେମାନଙ୍କୁ ବାହାର କରାଯିବ। ଯେତିକି ନୂଆ କରିବାକୁ ଚାହୁଁଛନ୍ତି ସେମାନେ ନୂଆ ନୂଆ ଫର୍ମ ଆଣି ପାରିବେ। କୌଣସି ଡକ୍ୟୁମେଣ୍ଟ ଆଦାୟ କରାଯିବ ନାହିଁ। ଆଜି ପର୍ଯ୍ୟନ୍ତ ୧ ଅକ୍ଟୋବର ଥର ୯ ଲକ୍ଷ ୮୦ ହଜାର୍ ରୁ ଉର୍ଦ୍ଧ୍ବ ଙ୍କ ନାଁ ହଟାଇ ଦିଆ ଯାଇଛି। ବର୍ତ୍ତମାନ ୯୪.୬୧ ପ୍ରତିଶତ ସାରିଛି। ଯେଉଁମାନେ ଭାରତର ନାଗରିକ ନୁହଁନ୍ତି ସେମାନଙ୍କୁ ବାହାର କରାଯିବ। ଯଦି ଭୋଟର ନିଜଆଡୁ ପ୍ରମାଣ ଦେବାକୁ ଚାହିଁବେ ଦେଇ ପାରିବେ। ବୁଥ ଲେଵଲ୍ ଅଫିସର ହିଁ ଘର ଘର ବୁଲି ଫର୍ମ ଭରିବା। ୩୦ରୁ ଆରମ୍ଭ କରି ବୁଥ ଲେବଲ୍ ଅଫିସ ହେବ। କୌଣସି ବୁଥ ରେ ୧୨୦୦ ରୁ ଅଧିକ ସଂଖ୍ୟାର ଲୋକ ରହିବେ ନାହିଁ। ଆଜି ୩୮,୧୨୩ ତାରିଖରେ ବୁଥ ଲେବଲ ଅଫିସର କାର୍ଯ୍ୟ କରୁଛନ୍ତି। ସର୍ବମୋଟ ୪୫,୨୫୫ ବୁଥ ଲେବଲ ଅଫିସର ଏହି କାର୍ଯ୍ୟ ପାଇଁ ନିଯୁକ୍ତ ହୋଇଛନ୍ତି। ୨୦୨୫ରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ନିଜର ପରିଚୟ ପତ୍ର ଦେବାକୁ ପଡ଼ିବ ନାହିଁ। Post navigation ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅପିଲ ଅପରାଜିତାଙ୍କ ନୂଆ ଟିମ, ବିଗାଡ଼ି ପାରେ ବିଜେପିର ଅଙ୍କ