ପୁଣି ଆକ୍ଟିଭ ମୋଡ଼ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଅପରାଜିତା ନିଜର ନୂଆ ଟିମ୍ ତିଆରି କରୁଛନ୍ତି ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା। ଅପରାଜିତାଙ୍କ କିଛି ଏହିପରି ଅନ୍ଦାଜ୍ ୨୦୨୪ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳୁଥିଲା। ନିଜ ଲାଇନର ନେତାଙ୍କୁ ଆଣି ବିଜେପିରେ ସାମିଲ କରୁଥିଲେ ଏବଂ ରାଜ୍ୟସାରା ବୁଲି ନିଜ ପାଇଁ ଏକ ପାରାଲାଲ ସଂଗଠନ ତିଆରି କରୁଥିଲେ। ଏବେ ପୁଣି ସେହି ପୁରୁଣା ଅନ୍ଦାଜକୁ ଫେରିଛନ୍ତି ଅପରାଜିତା।ଗୋଟିଏ ପରେ ଗୋଟିଏ ବିଜେଡି ନେତାଙ୍କୁ ଆଣି ଏବେ ବିଜେପିରେ ସାମିଲ କରୁଛନ୍ତି ଅପରାଜିତା। ଏବେ ଏହି ଚର୍ଚ୍ଚା ଏଥିପାଇଁ ଆହୁରି ଅଧିକ ହେବାରେ ଲାଗିଛି କାହିଁକି ନା ଗତକାଲି ବିଜେଡି ନେତା ରୁଦ୍ର ସାମନ୍ତରାୟ ବିଜେପିରେ ସାମିଲ ହୋଇଛନ୍ତି। ରୋଚକ କଥା ହେଉଛି ରୁଦ୍ରଙ୍କ ମିଶ୍ରଣ କେବଳ ଏକ ସାଧାରଣ ମିଶ୍ରଣ ନଥିଲା ବରଂ ଗୋଟିଏ ପ୍ରକାର ଧର୍ମେନ୍ଦ୍ରଙ୍କ ଚେକ୍ ଥିଲା କହିଲେ ଚଳିବ। ୨୦୨୪ରେ ଭୁବନେଶ୍ୱର ମଧ୍ୟରୁ ରୁଦ୍ର ବିଜେଡ଼ି ଟିକେଟରୁ ଲଢ଼ିବା ପାଇଁ ଆଶାୟୀ ଥିଲେ ଏହା କାହାକୁ ଅଛପା ନାହିଁ। କିନ୍ତୁ ଏବେ ରୁଦ୍ର ବିଜେପିରେ ସାମିଲ ହେବା ପରେ ବିଜେପି ପାଇଁ ବିଗିଡ଼ି ପରେ ମଧ୍ୟ ଅଙ୍କ। କାହିଁକି ନା ମଧ୍ୟରୁ ଲଗାତାର ଭାବରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ଆସୁଛନ୍ତି ଜଗା ପ୍ରଧାନ। ଏମିତି ଜଗା ପ୍ରଧାନ ଗତ ସାଧାରଣ ନିର୍ବାଚନରେ ମାତ୍ର ୩୭ ଖଣ୍ଡ ଭୋଟରେ ହାରିଥିଲେ। ହେଲେ କାହିଁକି ଜଗା ପ୍ରଧାନକୁ ଚେକ୍ ଦେବା ପାଇଁ ଚାହୁଁଛନ୍ତି ଅପରାଜିତା।ଜଗା ପ୍ରଧାନ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ଲାଇନର ନେତା ଏହାକୁ ସମସ୍ତେ ବେଶ୍ ଭଲ ଭାବରେ ଜାଣିଛନ୍ତି। ଯେତେବେଳେ ନିଟ ଭଳି ପ୍ରଶ୍ନପତ୍ର ଲିକ୍ ହେଉଛି ଏବଂ ଧର୍ମେନ୍ଦ୍ରଙ୍କ ସ୍ଥିତି କେନ୍ଦ୍ରରେ ସାମାନ୍ୟତମ ଦୁର୍ବଳ ହେଉଛି ସେତେବେଳେ ଭୁବନେଶ୍ୱରରେ ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବା ପାଇଁ ମଧ୍ୟରେ ରୁଦ୍ରଙ୍କୁ ହତିଆର କରିଛନ୍ତି ଅପରାଜିତା ବୋଲି ଚର୍ଚ୍ଚା ଜୋର ଧରିଛି। Post navigation ରାଜନୈତିକ ଉଦ୍ଦେଶ୍ୟରେ ଧର୍ମେନ୍ଦ୍ରଙ୍କୁ ବଦନାମ କରିବାକୁ ପ୍ରୟାସ ଓଡ଼ିଶାରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: ବଢ଼ିଲା SC, ST ଓ SEBC ସଂରକ୍ଷଣ