ଆମେରିକା , ଧର୍ମେନ୍ଦ୍ର ଓ ବିକାଶ ଫାଉଣ୍ଡେସନ। ବିଗତ କିଛି ଦିନ ହେବ ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଛି। କୁହାଯାଉଥିଲା ଆମେରିକାର ମେଲରୋଜା ଠାରେ ଥିବା ଏକ ଠିକଣାରେ ବିକାଶ ଫାଉଣ୍ଡେସନ ନାଁ ରେ କୋଟି କୋଟି ଟଙ୍କାର ଅର୍ଥ ରାଶି ଆସିଛି ହେଲେ ଆଜି ଏହାକୁ ନେଇ ବହୁତ ତଥ୍ୟ ସାମ୍ନାକୁ ଆସିଛି ଯାହା ଏକ ବଡ଼ ଷଡଯନ୍ତ୍ର ଆଡ଼କୁ ନିର୍ଦ୍ଦେଶ କରୁଛି । ନୂଆ ତଥ୍ୟ ଅନୁଯାୟୀ ସାମାଜିକ ଗଣମାଧ୍ୟମରେ ଆମେରିକାର ମେଲରୋଜ୍ ଠାରେ ଥିବା ରାଜେନ୍ଦ୍ର ମହାପାତ୍ରଙ୍କର ଏକ ଘରକୁ ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯୋଡ଼ି ଯେଉଁ ଖବର ପ୍ରଚାର କରାଯାଉଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । ସରକାରୀ ରେକର୍ଡ ଅନୁଯାୟୀ, ମେଲରୋଜ୍ରେ ରହୁଥିବା ରାଜେନ୍ଦ୍ର ମହାପାତ୍ର, ଯାହାଙ୍କ ଧର୍ମପତ୍ନୀଙ୍କ ନାମ କୋମଳ ମହାପାତ୍ର, ଏହି ଦମ୍ପତ୍ତିଙ୍କର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ତାଙ୍କ ପରିବାରର କୌଣସି ସାମାଜିକ, ବ୍ୟକ୍ତିଗତ ବା ପାରିବାରିକ ସମ୍ପର୍କ ନାହିଁ । ଏହି ଦମ୍ପତି ବିଗତ ଅନେକ ବର୍ଷ ହେବ ଆମେରିକାରେ ରହି ସେଠାରେ ବ୍ୟବସାୟ କରୁଛନ୍ତି । ଅନ୍ୟ ଜଣେ ବ୍ୟକ୍ତି, ଯାହାଙ୍କ ନାମ ରାଜେନ୍ଦ୍ର କୁମାର ମହାପାତ୍ର, ସ୍ଥାନ : ମାଣିକମରା, ଧର୍ମପୁର, ତାଳଚେର, ଅନୁଗୁଳ, ଓଡ଼ିଶାର ଏବଂ ପତ୍ନୀଙ୍କ ନାମ ଆରତୀ ମହାପାତ୍ର, ସେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପରିବାରର ପରିଚିତ ଅଟନ୍ତି । କିନ୍ତୁ ସେ ଜଣେ ସମ୍ପୂର୍ଣ୍ଣ ଭିନ୍ନ ବ୍ୟକ୍ତି ଏବଂ ଉକ୍ତ ସମ୍ପତ୍ତି ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ସେ କେବେହେଲେ ଆମେରିକା ଯାଇନାହାନ୍ତି, କିମ୍ବା ଆମେରିକା ମେଲରୋଜରେ ରହୁଥିବା ଦମ୍ପତିଙ୍କ ସହ ତାଙ୍କର କୌଣସି ସମ୍ପର୍କ ଥିବାର ଠୋସ୍ ପ୍ରମାଣ ନାହିଁ । କେବଳ ସେତିକି ନୁହେଁ ଯେଉଁ ବ୍ୟକ୍ତିଙ୍କ ନାଁ ନେଇ ଏଇ ସମସ୍ତ ଅଭିଯୋଗ ଆସିଥିଲା ଏବେ ସେ ମଧ୍ୟ ସାମ୍ନାକୁ ସମ୍ପୂର୍ଣ୍ଣ ସ୍ପଷ୍ଟିକରଣ ରଖିଛନ୍ତି। ପ୍ରଫେସର ଜୟରାମନ କହିଛନ୍ତି ଯେ ସିଏ ଅବସର ନେବାର ୧୪ ବର୍ଷ ହୋଇଗଲାଣି ଏବଂ ତାଙ୍କର ଶିକ୍ଷାମନ୍ତ୍ରୀଙ୍କ ସହିତ କୌଣସି ପ୍ରକାର ସିଧାସଳଖ ସମ୍ବନ୍ଧ ନାହିଁ। କୌଣସି ତଥ୍ୟ ନଥାଇ ଭୁଲରେ ତାଙ୍କ ନାଁ କୁ ଏହି ଘଟଣାରେ ଯୋଡ଼ା ଯାଇଛି ଯାହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ। କେବଳ ଏତିକି ନୁହେଁ ସେ ଆଜି ପର୍ଯ୍ୟନ୍ତ ଆମେରିକାର ମେର୍ଲୋଜ ଯାଇନାହିଁ ବୋଲି ମଧ୍ୟ କରିଛନ୍ତି ପ୍ରଫେସର ରାଧାକ୍ରିଷ୍ଣନ୍ ଏବଂ ଏହା ସହିତ ଯିଏ ଏଇଭଳି ମିଛ ଅଭିଯୋଗ ଆଣିଛି ତାହା ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମଧ୍ୟ ଦାବି କରିଛନ୍ତି। ରାଜନୀତିରେ ଥିବା ଜଣେ ବ୍ୟକ୍ତି ଓ ତାଙ୍କ ପରିବାର ବିରୋଧରେ ମିଛ ଖବର ପ୍ରଚାର କରିଲା କିଏ ? ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ତାଙ୍କ ପତ୍ନୀଙ୍କ ନାଁ ସହିତ ବିକାଶ ଫାଉଣ୍ଡେସନ ବିରୋଧରେ କିଏ କରିଛି ଏହି ଅପପ୍ରଚାର ତାହାକୁ ନେଇ ଉଠିଛି ପ୍ରଶ୍ନ । Post navigation ଷ୍ଟାଲିନଙ୍କ ଘରେ ପହଞ୍ଚିଲେ ଥାଲାପତୀ ବିଜୟ ଅପରାଜିତାଙ୍କ ନୂଆ ଟିମ, ବିଗାଡ଼ି ପାରେ ବିଜେପିର ଅଙ୍କ