୨୦ ଜୁନ୍ ୨୦୨୬ରେ ରାଇରଙ୍ଗପୁର ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲା। ମହାମହିମ ରାଷ୍ଟ୍ରପତିଙ୍କ ୬୮ତମ ଜନ୍ମଦିନ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏକ ମଞ୍ଚରେ ଉପସ୍ଥିତ ହୋଇ ଓଡ଼ିଶାର ଗୌରବ ବଢ଼ାଇଥିଲେ। ମୁଖ୍ୟମନ୍ତ୍ରୀ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ମୟୂରଭଞ୍ଜର ଏକ ସାଧାରଣ ଜନଜାତି ଗ୍ରାମରୁ ଦେଶର ସର୍ବୋଚ୍ଚ ପଦକୁ ପହଞ୍ଚିଥିବା ରାଷ୍ଟ୍ରପତିଙ୍କ ଜୀବନଯାତ୍ରାକୁ ସଂଘର୍ଷ, ସେବା ଓ ପ୍ରେରଣାର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ଭଲପାଇବାକୁ ସ୍ମରଣ କରି ସେ କହିଥିଲେ ଯେ, ଗତ ଦୁଇ ବର୍ଷରେ ଏହା ତାଙ୍କର ଅଷ୍ଟମ ଓଡ଼ିଶା ଗସ୍ତ। ସେ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ସେବା, ସୁଶାସନ ଓ ବିକାଶକୁ ପ୍ରଶଂସା କରି କହିଥିଲେ—“There is a little bit of Modi in everyone’s life.” ମୁଖ୍ୟମନ୍ତ୍ରୀ ଗତ ଦୁଇ ବର୍ଷରେ ସୁଭଦ୍ରା ଯୋଜନା, କନ୍ୟା ବିବାହ, କନ୍ୟା ସୁମଙ୍ଗଳ, କୃଷକ ସମୃଦ୍ଧି, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ, ଶ୍ରୀଜଗନ୍ନାଥ ଦର୍ଶନ ଓ ଆୟୁଷ୍ମାନ ଯୋଜନା ସହ KGରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ଭଳି ପଦକ୍ଷେପର ଉଲ୍ଲେଖ କରିଥିଲେ। ସେ ୩.୧୧ ଲକ୍ଷ କୋଟି ଟଙ୍କାର ୧୫୨ଟି ଶିଳ୍ପ ପ୍ରକଳ୍ପ, ୨.୫ ଲକ୍ଷ ନିଯୁକ୍ତି ସୁଯୋଗ ଓ ୪୪ ହଜାର ସରକାରୀ ନିଯୁକ୍ତିର ସଫଳତା ଉପସ୍ଥାପନ କରିଥିଲେ। ସେ ଆହୁରି କହିଥିଲେ ଯେ ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶାକୁ ୯୦ ହଜାର କୋଟିର ରେଳ ପ୍ରକଳ୍ପ, ୪୦ ହଜାର କୋଟିର ସଡ଼କ ପ୍ରକଳ୍ପ, ୨୫ ହଜାର କୋଟିର ବନ୍ଦର ପ୍ରକଳ୍ପ, ୨୫ ହଜାର କୋଟିର ଜାହାଜ ନିର୍ମାଣ କ୍ଲଷ୍ଟର, ପାରାଦୀପରେ ୮୦ ହଜାର କୋଟିର ପେଟ୍ରୋକେମିକାଲ ପ୍ରକଳ୍ପ ଓ ୫ ହଜାର କୋଟିର ଆର୍ଥିକ କରିଡର ଦେଇଛି। ୫୦ ହଜାର କୋଟି ଟଙ୍କାର ନୂତନ ପ୍ରକଳ୍ପ ମଧ୍ୟ ଆରମ୍ଭ ହୋଇଥିଲା। ଶେଷରେ ସେ ସମୃଦ୍ଧ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ର ସ୍ୱପ୍ନ ପୂରଣ ପାଇଁ ସମସ୍ତଙ୍କୁ ଏକାଠି କାମ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଦିନଟି ଓଡ଼ିଶାର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଭାବେ ଚିରସ୍ମରଣୀୟ ହୋଇ ରହିଲା। Post navigation ପାହାଡପୁର ଓ ମୟୂରଭଞ୍ଜ ଗସ୍ତରେ ପ୍ରଧାନମନ୍ତ୍ରୀ, ଜୁନ ୨୦ରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ କଳିଙ୍ଗ ଷ୍ଟାଡିୟମରୁ ଯୋଗର ବାର୍ତ୍ତା