"The Prime Minister will visit Pahadpur and Mayurbhanj and will attend the state government's two-year anniversary celebration on June 20.""The Prime Minister will visit Pahadpur and Mayurbhanj and will attend the state government's two-year anniversary celebration on June 20."

ଭୁବନେଶ୍ୱର: ଜୁନ ୨୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରଶାସନିକ ତତ୍ପରତା ବଢ଼ିଛି। ଅସ୍ଥାୟୀ କାର୍ଯ୍ୟସୂଚୀ ଅନୁଯାୟୀ ସେ ମୟୂରଭଞ୍ଜ ଜିଲ୍ଲାର ପାହାଡପୁର ଅଞ୍ଚଳରେ କିଛି ସମୟ ବ୍ୟତୀତ କରିବା ସହ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

କାର୍ଯ୍ୟସୂଚୀ ଅନୁଯାୟୀ, ସକାଳେ ପଶ୍ଚିମବଙ୍ଗର କଳାଇକୁଣ୍ଡାରୁ ହେଲିକପ୍ଟର ଯୋଗେ ଯାତ୍ରା କରି ସେ ପାହାଡପୁର ହେଲିପ୍ୟାଡରେ ପହଞ୍ଚିବେ। ପରେ ସଡ଼କ ପଥରେ ଗୋସାଣୀ ପୀଠ ଅଞ୍ଚଳକୁ ଯାଇ ସ୍ଥାନୀୟ କାର୍ଯ୍ୟକ୍ରମରେ ଭାଗ ନେବେ।

ପାହାଡପୁରର କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ସେ ଦାଣ୍ଡବୋସ ଅଞ୍ଚଳକୁ ଯାଇ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ସଭାରେ ଯୋଗଦେବେ। ଦିନ ୧ଟାରୁ ୨ଟା ମଧ୍ୟରେ ନିର୍ଦ୍ଧାରିତ ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟଦକ୍ଷତା ଓ ବିକାଶମୂଳକ ପଦକ୍ଷେପ ଉପସ୍ଥାପିତ ହେବାର ସମ୍ଭାବନା ରହିଛି।

ସଭା ପରେ ପ୍ରଧାନମନ୍ତ୍ରୀ ପୁଣି ହେଲିକପ୍ଟର ଯୋଗେ ପଶ୍ଚିମବଙ୍ଗର ତାରକେଶ୍ୱର ଅଭିମୁଖେ ଯାତ୍ରା କରିବେ। ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ସହ ଆସପାସ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ରାଜନୈତିକ ମହଳରେ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଥିବା ବେଳେ, ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *