ଭୁବନେଶ୍ୱର, ୨୧ ଜୁଲାଇ: ରାଜ୍ୟରେ ଜିଏସଟି (GST) ଆଦାୟ କ୍ଷେତ୍ରରେ ଐତିହାସିକ ସଫଳତା ମିଳିଛି। ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ GST ସଂଗଠନ ୨୦୨୫-୨୬ ଆର୍ଥିକ ବର୍ଷରେ ୧୦,୦୦୦ କୋଟି ଟଙ୍କାରୁ ଅଧିକ GST ଆଦାୟ କରି ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ସଫଳତା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଓ କର ପ୍ରଶାସନର ଦକ୍ଷତାକୁ ପ୍ରତିଫଳିତ କରୁଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ GST ଆଦାୟ ପ୍ରାୟ ୯,୮୧୭ କୋଟି ଟଙ୍କା ଥିବାବେଳେ, ୨୦୨୫-୨୬ରେ ଏହା ବୃଦ୍ଧି ପାଇ ୧୦ ହଜାର କୋଟି ଟଙ୍କା ଅତିକ୍ରମ କରିଛି। ଗତ କିଛି ବର୍ଷ ଧରି ରାଜ୍ୟର GST ଆଦାୟରେ ଲଗାତାର ବୃଦ୍ଧି ଦେଖାଯାଇଛି। ରିପୋର୍ଟ ଅନୁସାରେ, ୨୦୨୦-୨୧ ଆର୍ଥିକ ବର୍ଷରେ GST ଆଦାୟ ପ୍ରାୟ ୬,୧୩୧ କୋଟି ଟଙ୍କା ଥିଲା। ଏହା ପରେ ୨୦୨୧-୨୨ରେ ପ୍ରାୟ ୭,୭୬୬ କୋଟି, ୨୦୨୨-୨୩ରେ ୮,୪୯୧ କୋଟି, ୨୦୨୩-୨୪ରେ ୯,୧୬୫ କୋଟି ଏବଂ ୨୦୨୪-୨୫ରେ ୯,୮୧୭ କୋଟି ଟଙ୍କା ଆଦାୟ ହୋଇଥିଲା। ଏହି ଧାରାକୁ ଜାରି ରଖି ୨୦୨୫-୨୬ରେ ୧୦ ହଜାର କୋଟି ଟଙ୍କାର ମାଇଲଫଳକ ଅତିକ୍ରମ କରାଯାଇଛି। ସରକାରଙ୍କ କହିବା ଅନୁସାରେ, କରଦାତାଙ୍କୁ ଉନ୍ନତ ଅନଲାଇନ୍ ସେବା, ସ୍ୱଚ୍ଛ କର ପ୍ରଶାସନ, କର ଫାଙ୍କି ରୋକିବା ପାଇଁ କଠୋର ପଦକ୍ଷେପ ଓ ଡିଜିଟାଲ ନିରୀକ୍ଷଣ ବ୍ୟବସ୍ଥା ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି। ରାଜ୍ୟ GST ସଂଗଠନର ଏହି ସଫଳତା ଓଡ଼ିଶାର ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବା ସହ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ରାଜସ୍ୱ ବୃଦ୍ଧିରେ ସହାୟକ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ്തି। Post navigation ଡାକ୍ତର ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କୁ ତୁରନ୍ତ ସମାଧାନ ପାଇଁ ବିଜେଡିର ଦାବି ଛାତ୍ରଛାତ୍ରୀଙ୍କ ନାଁରେ ଦେଶରେ ଏକ ଖରାପ ପରମ୍ପରା ସୃଷ୍ଟି କରାଯାଉଛି। ଏହା ପ୍ରକୃତ ଛାତ୍ର ଆନ୍ଦୋଳନ ନୁହେଁ; ବରଂ ରାଜନୈତିକ ଉଦ୍ଦେଶ୍ୟରେ ଦେଶରେ ଅରାଜକତା ସୃଷ୍ଟି କରିବାର ଏକ ପ୍ରୟାସ।