ଉଜବେକିସ୍ଥାନର ତାସକେଣ୍ତ ଠାରେ ଆୟୋଜିତ କେନ୍ଦ୍ରୀୟ ଏସିଆନ୍ ହ୍ୟାଣ୍ଡବଲ୍ ଚାମ୍ପିୟନସିପ୍ରେ ଭାରତୀୟ ପୁରୁଷ ହ୍ୟାଣ୍ଡବଲ୍ ଦଳ କାଜାଖସ୍ଥାନ ବିରୁଦ୍ଧରେ ୨୫- ୨୦ ଗୋଲ ବ୍ୟବଧାନରେ ବିଜୟୀ ହୋଇ ବ୍ରୋଞ୍ଚ ମେଡାଲ ହାସଲ କରିବାରେ ସଫଳ ହୋଇପାରିଛି।ଏହି ଭାରତୀୟ ଦଳରେ ଖେଳାଳି ଭାବରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ରାଜାରାମ୍ ପଣ୍ଡା ଓ ସ୍ବସ୍ତିକ୍ ମହାପ୍ରସାଦ ପତି ଏବଂ ଭାରତୀୟ ଦଳରେ ଅଫିସିଆଲ ଭାବରେ ପ୍ରଣୟ କୁମାର ପାଣି, ଗୌରୀ ଶଙ୍କର ମିଶ୍ର ସାମିଲ୍ ହୋଇ ଉଭୟ ଆମ ରାଜ୍ୟ ଓଡ଼ିଶା ଓ ଆମ ଦେଶ ଭାରତକୁ ଗୌରବାନ୍ୱିତ କରିଛନ୍ତି।ଭାରତୀୟ ଦଳର ଏହି ବିଜୟ ପାଇଁ ଓଡ଼ିଶା ରାଜ୍ୟ ହ୍ୟାଣ୍ଡବଲ୍ ଆସୋସିଏସନ୍ ର ସଭାପତି ବିପ୍ଳବ ଚୌଧୁରୀ, ସମ୍ପାଦକ ମାନସ କୁମାର ସିଂହ ଏବଂ କୋଷାଧ୍ୟକ୍ଷ ସିତେନ୍ଦ୍ର ନାଥ ଦାସ ଭାରତୀୟ ଦଳ ଏବଂ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ଖେଳାଳି ରାଜାରାମ୍ ପଣ୍ଡା,ସ୍ବସ୍ତିକ୍ ମହାପ୍ରସାଦ ପତି ଓ ଅଫିସିଆଲ୍ ପ୍ରଣୟ କୁମାର ପାଣି,ଗୌରୀ ଶଙ୍କର ମିଶ୍ର ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। Post navigation ସେଣ୍ଟ୍ରାଲ ଏସିଆ ବରିଷ୍ଠ ହ୍ୟାଣ୍ଡବଲ ପ୍ରତିଯୋଗିତା, ଭାରତୀୟ ଦଳରେ ସ୍ୱସ୍ତିକ ଓ ଗୌରୀଶଙ୍କର ପ୍ରାଶିକ୍ଷକ