ଅଧକ୍ଷଙ୍କ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଅନୁମତି ଦେବ କିଏ ? ଛାତ୍ର ସଂସଦ ନିର୍ବାଚନ ଘୋଷଣା ନହେବା ଯାଏ ଲଢେଇ ଜାରି ରଖିବ ଛାତ୍ର କଂଗ୍ରେସ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ ତଥା ସମସ୍ତ ବିଶ୍ୱବିଦ୍ୟାଳୟରେ ଆଦର୍ଶ ଆଚରଣ ବିଧି ଲାଗୁ କରିବା ପାଇଁ ଏକ ଚିଠି ଜାରି କରାଯାଇଛି । ଯାହାକୁ ଢାଲ କରି ଛାତ୍ରଛାତ୍ରୀଙ୍କ ସ୍ୱରକୁ ସରକାର ଚାପିଦେବେ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ତଥା ଛାତ୍ର କଂଗ୍ରେସ ନେତା ବିଭୁତି ଭୂଷଣ ମହାପାତ୍ର। ନିୟମ ଅନୁସାରେ ଅଣଛାତ୍ର କ୍ୟାମ୍ପସ ମଧ୍ୟକୁ ଯିବେ ନାହିଁ , ଠିକ୍ କଥା କିନ୍ତୁ ପୂର୍ବତନ ଛାତ୍ରଙ୍କୁ ଅଣଛାତ୍ରର ପରିଚୟ ଦେଇ ବାରଣ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଯୁକ୍ତି ବାଢ଼ିଛନ୍ତି । ଛାତ୍ର ଆନ୍ଦୋଳନ ପାଇଁ କତୃପକ୍ଷ କେବେ ଅନୁମତି ଦେବା ଇତିହାସରେ ନଥିଲା ବେଳେବିନା ଅନୁମତିରେ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ମଧ୍ୟରେ କୌଣସି ସଭା ସମିତି ଓ ଆନ୍ଦୋଳନ କରିବାକୁ ବାରଣ କରିବାକୁ ଅସାମ୍ବିଧାନିକ ଓ ଛାତ୍ର ମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ସହ ସତ ସ୍ୱରକୁ ଚାପିବାକୁ ଉଦ୍ୟମ ବୋଲି କହିଛନ୍ତି ଛାତ୍ର କଂଗ୍ରେସ ନେତା ବିଭୁତି ମହାପାତ୍ର । ଅଧକ୍ଷ କିମ୍ବା କୁଳପତିଙ୍କ କାର୍ଯ୍ୟଶୈଳୀକୁ ବିରୋଧ କରିବାର ଥିଲେ, ଆନ୍ଦୋଳନ ପାଇଁ ଅନୁମତି କିଏ ଦେବ ବୋଲି ପ୍ରଶ୍ନ କରିବା ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୋକ୍ତି ଦାବି କରିଛନ୍ତି ଶ୍ରୀ ମହାପାତ୍ର । ଶୈଖିକ ବାତାବରଣ ନାମରେ ଛାତ୍ର ସଂସଦ ନିର୍ବାଚନକୁ ବହୁ ବର୍ଷ ଧରି ବନ୍ଦ ରଖିବା ଓ ଛାତ୍ର ସଂସଦ ନିର୍ବାଚନ ଇସ୍ତାହାର ଦେଇ ନିର୍ବାଚନ ଲଢ଼ି ଜିତିବାକୁ ଦୁଇବର୍ଷ ପରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ନ କରିବା, ହିଁ ଛାତ୍ର ମାନଙ୍କ ହକ୍ କୁ ହତ୍ୟା କରିବା । ଆଦର୍ଶ ଆଚରଣ ବିଧି ନାମରେ ଭୟ ସୃଷ୍ଟି ନକରି- ଛାତ୍ର ମାନଙ୍କ ହକ୍ ଓ ଅଧିକାର ‘ଛାତ୍ର ସଂସଦ’ ଫେରାଇ ନଦେଲେ ଆଗକୁ ତୀବ୍ରତର ଆନ୍ଦୋଳନକୁ ଛାତ୍ର କଂଗ୍ରେସ ଓଲ୍ହାଇବା ବୋଲି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଚେତାବନୀ ଦେଇଛନ୍ତି ଛାତ୍ର କଂଗ୍ରେସ ନେତା ବିଭୁତି ଭୂଷଣ ମହାପାତ୍ର । Post navigation ଆଜିଠାରୁ ବଢ଼ିବ ତାପମାତ୍ରା ଛାତ୍ରଛାତ୍ରୀଙ୍କ ସ୍ବର ଚାପିବା ପାଇଁ ସରକାରଙ୍କ ପ୍ରୟାସ : ଇପ୍ସିତା