ଭୁବନେଶ୍ବର,୨୦!୩: ନବନିର୍ମାଣ କୃଷକ ସଂଗଠନ ଛାମୁଆ ନେତା ତଥା ସୋନପୁର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀଙ୍କୁ ପୋଲିସ ଯେଭଳି ଭାବରେ ମିଥ୍ୟା ମକଦ୍ଦମାରେ ସଙ୍ଗିନ ଦଫା ଲଗାଇ ଜେଲ୍ ପଠାଇଛି ଏହା ଓଡ଼ିଶାର ରାଜନୈତିକ ଇତିହାସରେ କଳଙ୍କିତ କାହାଣୀ। ସଂପୂର୍ଣ୍ଣ ମିଥ୍ୟା କେଶ୍ ଉପରେ ଆଧାରିତ ଅଭିଯୋଗରେ ଉପମୁଖ୍ୟମନ୍ତ୍ରୀଙ୍କ ପୁରୁଣା ରାଗ ଥାଇ ଜଣେ କୃଷକ ନେତାଙ୍କୁ ଗିରଫ କରି ଜେଲ ପଠାଇ ଦେବା ବିଜେପି କଳା ଶାସନର ଏକ ଚରମ ଅଧ୍ୟାୟ। ଜଣେ ଶିକ୍ଷିତ ସମ୍ପନ୍ନ ସଂସ୍କାରିତ ନେତା ଚାଷୀମାନଙ୍କ ପାଇଁ ନୀରବଚ୍ଛିନ୍ନ ଭାବେ ବିକ୍ଷୋଭ କରୁଥିଲେ। କଟନୀ ଛଟନୀ ଠାରୁ ଆରମ୍ଭ କରି ରାଜାଙ୍କ ସାମନ୍ତବାଦ ଶାସନ ବିରୁଦ୍ଧରେ ଲଢ଼େଇ କରି ଏହାର ଫଳ ତାଙ୍କୁ ଭୋଗିବାକୁ ପଡ଼ିଛି। ରାଜ୍ୟ ସରକାର ଏବଂ ତାଙ୍କ ପୋଲିସ ପ୍ରଶାସନ ଇଚ୍ଛାକୃତ ଭାବରେ ଏକ ନାଟକ ପ୍ରୟୋଜିତ କରି ତାଙ୍କ ସମର୍ଥକମାନଙ୍କ ଦ୍ବାରା ପ୍ରଦ୍ୟୁମ୍ନ ପାଢ଼ୀ ତାଙ୍କୁ ବନ୍ଧୁକ ଦେଖାଇ ଚାନ୍ଦା ମାଗିବାର ସଂପୂର୍ଣ୍ଣ ମିଥ୍ୟା ମକଦ୍ଦମା କରି ତାଙ୍କୁ ଗିରଫ କରାଯାଇଛି। ଏହି ଗିରଫକୁ ନବନିର୍ମାଣ କୃଷକ ସଂଗଠନ ଦୃଢ ନିନ୍ଦା କରୁଛି। ଏହାରି ବିରୁଦ୍ଧରେ ତମାମ ଓଡ଼ିଶାରେ ପ୍ରତିବାଦ କରାଯିବ। ସାରା ଓଡ଼ିଶାର ବିଭିନ୍ନ ସଂଗଠନମାନେ ଏହାର ପ୍ରତିବାଦ କରିବେ ଏବଂ ନିସର୍ତ୍ତରେ ପ୍ରଦ୍ୟୁମ୍ନ ପାଢ଼ୀ କିଭଳି ଖଲାସ ହେବେ ସେଥିପାଇଁ ସରକାରଙ୍କ ପାଖରେ ଦାବୀ କରାଯାଉଛି। ସରକାର ତୁରନ୍ତ ଏହି ଘଟଣାର ତଦନ୍ତ କରି ତାଙ୍କୁ ନିସର୍ତ୍ତରେ ଖଲାସ କରନ୍ତୁ। ଯେଉଁମାନେ ମିଥ୍ୟା ମକଦ୍ଦମା ଦାୟର କରିଛନ୍ତି, ତୁରନ୍ତ ସେମାନଙ୍କୁ ଗିରଫ କରନ୍ତୁ। ଚାଷୀମାନଙ୍କ ପାଇଁ ନ୍ୟାୟ ସଂଗତ ଭାବେ ଲଢ଼େଇ କଲେ କିଭଳି ମିଥ୍ୟା ମକଦ୍ଦମା କରି ଗିରଫ କରାଯାଏ ଏଭଳି ଏକ ନୂଆ ଘଟଣା ବିଜେପି ଶାସନରେ ଦେଖିବାକୁ ମିଳିଛି। ଆମେ ବିଗତ ଦିନରେ ବହୁ ଲଢ଼େଇ କରିଛୁ, କିନ୍ତୁ ଏଭଳି ମିଥ୍ୟା ସଙ୍ଗିନ ଦଫା ଲଗାଯାଇ ଗିରଫ କରିବା ଦୃଷ୍ଠାନ୍ତ କେବେ ଦେଖାଯାଇନଥିଲା। ସରକାର ନିଜର ବିବେକ ବୁଦ୍ଧି ଖଟାଇ ଏଭିଳି କଦର୍ଯ୍ୟଚିତ ଘଟଣାରୁ ନିଜକୁ ପ୍ରତ୍ୟାହର କରି ତୁରନ୍ତ ପ୍ରଦ୍ୟୁମ୍ନ ପାଢ଼ୀଙ୍କୁ ନିସର୍ତ୍ତରେ ଖଲାସ କରିବାକୁ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଯୁବଛାତ୍ର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *