ଗତକାଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ ତଥା ସମସ୍ତ ବିଶ୍ୱବିଦ୍ୟାଳୟରେ ଆଦର୍ଶ ଆଚରଣ ବିଧି ଲାଗୁ କରିବା ପାଇଁ ଏକ ଚିଠି ଜାରି କରାଯାଇଛି । ଏଥିରେ ଛାତ୍ରଛାତ୍ରୀ ଙ୍କ ସ୍ୱରକୁ ଚାପିଦେବା ପାଇଁ ଏହା ସରକାରଙ୍କ ଚେଷ୍ଟା ବୋଲି କହିଛି ବିଜେଡି । ଏହି ନିୟମ ମୁତାବକ ଅଣଛାତ୍ର କ୍ୟାମ୍ପସ ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଏହାକୁ ଆମେ ସ୍ୱାଗତ କରୁଛୁ ବୋଲି କହିଛି ବିଜେଡି । ଅନ୍ୟପଟେ ବିନା ଅନୁମତିରେ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ମଧ୍ୟରେ କୌଣସି ସଭା ତଥା ଆନ୍ଦୋଳନ କରିବା ମନା କରାଯାଇଛି । ଏହାକୁ ବିରୋଧ କରିଛି ବିଜେଡି । ଯଦି କୌଣସି ସମସ୍ୟାର ସମାଧାନ ହେଉନଥିବ, ସେହି କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରୁଛନ୍ତି । ଏହା ଶିକ୍ଷାର୍ଥୀଙ୍କ ଗଣତାନ୍ତ୍ରିକ ଅଧିକାର ଙ୍କୁ କ୍ଷୁର୍ଣ୍ଣ କରିଛି । ପିଲାଙ୍କ ସ୍ୱରକୁ ଚାପେଇଦେବା ପାଇଁ ଏହା ସରକାରଙ୍କ ଚେଷ୍ଟା । ସରକାରୀ ବିରୋଧୀ ସ୍ୱର କୁ ଦବେଇଦେବା ପାଇଁ ଏହି ଚେଷ୍ଟା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କରାଯାଇଛି । ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟରେ ଏଭଳି ନିୟମ ଲାଗୁ କରିବା ଏକପ୍ରକାରର ଅଘୋଷିତ ଏମର୍ଜେନ୍ସି ସ୍ଥିତି ବୋଲି କହିଛି ବିଜେଡି । ଏହା ଆଗାମୀ ଦିନରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଚାହୁଁନାହାନ୍ତି ବୋଲି ସରକାର ଏକପ୍ରକାରର ଚେଷ୍ଟା କରୁଛନ୍ତି ବୋଲି କହିଛି ବିଜେଡି । ଏବେ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ସରିଛି । ଆଗକୁ ପ୍ରଫେସର ଏବଂ ଆସୋସିଏଟ୍ ପ୍ରଫେସର୍ ଙ୍କ ନିଯୁକ୍ତି ହେବ । ଏଥିପାଇଁ ସିଣ୍ଡିକେଟ ନିଯୁକ୍ତି ଦେବ । ସେହିମାନେ ଏହି ନିଯୁକ୍ତିରେ ଚାକିରି ପାଇବେ, ଯେଉଁମାନେ RSS କିମ୍ବା ବିଜେପି ନୀତିକୁ ଆପଣାଇବେ ସେମାନେ ନିଯୁକ୍ତ ହେବେ । ଏହାକୁ ନେଇ ବିରୋଧ ହେବାର ସମ୍ଭାବନା କୁ ଏଡ଼ାଇବା ପାଇଁ ଏଭଳି ନିୟମ ଆଣିଛନ୍ତି ଉଚ୍ଚଶିକ୍ଷା ବିଭାଗ ବୋଲି କହିଛି ବିଜେଡି । ଯଦି ଏହି ନିୟମ ଶିକ୍ଷାନୁଷ୍ଠାନରେ ଲାଗୁ ହୁଏ ତେବେ ସରକାର ମଧ୍ୟ ଏହାକୁ ନେଇ ସ୍ପଷ୍ଟ କରନ୍ତୁ ଯେ ସରକାରଙ୍କ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଯେମିତି ଛାତ୍ରଛାତ୍ରୀଙ୍କୁ ସାମିଲ ନକରାଯାଉ । ଆଗକୁ ଏହି ନିୟମ ବିରୁଦ୍ଧରେ ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି ବିଜେଡି । Post navigation ଛାତ୍ର ଦମନ ଓ ହକ୍ ର ହତ୍ୟା କରିବାକୁ ଆଦର୍ଶ ଆଚରଣବିଧି କେନ୍ଦୁଝରକୁ ଶିଳ୍ପସମୃଦ୍ଧ ଜିଲ୍ଲା ଭାବେ ଗଢ଼ିବା ତୋଳିବା ଲକ୍ଷ୍ୟର ପୁନଃଚ୍ଚାରଣ