ରାଇରଙ୍ଗପୁର, ମୟୂରଭଞ୍ଜ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଏମ୍ସ ଭୁବନେଶ୍ୱର ସହାୟତରେ ବିଭିନ୍ନ ପ୍ରକାରର ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ଏଥି ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତରେ ରାଜ୍ୟ ଲୋକସେବା ଭବନ ସଭା ଗୃହରେ ଭୁବନେଶ୍ଵର ଏମ୍ସ ଏବଂ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟରେ ଏକ ଗୁରୁତ୍ୱପୁର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।ଏ ବିଷୟରେ ସୂଚନା ଦେଇ ମନ୍ତ୍ରୀ ଡଃ ମହାଲିଙ୍ଗ କହିଥିଲେ ଯେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରେରଣାରେ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହା ଫଳରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏମ୍ସ ଭୁବନେଶ୍ୱରଙ୍କ ସହଯୋଗିତାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳିପାରିବ । ରାଇରଙ୍ଗପୁର ଅଞ୍ଚଳ ସହିତ କେନ୍ଦୁଝର, ମୟରଭଞ୍ଜ ଓ ଆଖପାଖ ଜିଲ୍ଲାର ଅଧିବାସୀ ମାନେ ଉପକୃତ ହେବେ। ରାଇରାଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ୧୦୦ ଶଯ୍ୟା ଵିଶିଷ୍ଟ ନୂତନ ହସ୍ପିଟାଲ୍ ନିର୍ମାଣରେ ଏମ୍ସ ଭୁବନେଶ୍ୱର ସହାୟତା ଯୋଗାଇବ।ଏହା ସହ ରୋଗୀଙ୍କର ଚାହିଦା ଅନୁଯାୟୀ ବିଭିନ୍ନ ସ୍ପେଶିଆଲିଷ୍ଟ ବିଭାଗର ବହିଃ-ରୋଗ ଚିକିତ୍ସା ସେବା,ମାସିକ/ଦ୍ଵିମାସିକ ଭିତ୍ତିରେ ମେଡିକାଲ କ୍ୟାମ୍ପ ,ଦନ୍ତ ଚିକିତ୍ସା ଶିବିର, ଚକ୍ଷୁ ଚିକିତ୍ସା, ସଂକ୍ରାମକ ରୋଗ ସେବା ଶିବିର ଆଦିର ଆୟୋଜନ କରାଯିବ । ଟେଲି ଯୋଗାଯୋଗ ମାଧ୍ୟମରେ ପରାମର୍ଶ ଓ ଚିକିତ୍ସା ଏବଂ ଜରୁରୀ ସ୍ଥିତିରେ ଭୁବନେଶ୍ଵର ଏମ୍ସକୁ ରୋଗୀଙ୍କ ସ୍ଥାନାନ୍ତର ସୁଗମ ଓ ସହଯୋଗ କରିବା ଆଦି ଏହି ବୁଝାମଣା ପତ୍ରର ମୁଖ୍ୟ ଅଂଶ ।ଏହି ବୁଝାମଣା ପତ୍ର ମାଧ୍ୟମରେ ସଂପୃକ୍ତ ଅଞ୍ଚଳ ରେ ସ୍ୱାସ୍ଥ୍ୟ ସେବାରେ ବଡ଼ଧରଣର ରୂପାନ୍ତରଣ ହେବ । ଏମ୍ସ ତରଫରୁ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ଏବଂ ଓଡିଶା ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡ଼ ପ୍ରଦୀପ ଗୁରୁ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଏସ୍. ଅଶ୍ୱଥିଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ନିର୍ଦ୍ଦେଶକମାନେ ବୁଝାମଣା ପତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉପ ଶାସନ ସଚିବ ଅରୁଣା ତ୍ରିପାଠୀ ସଭା ଆୟୋଜନର ସଂଯୋଜନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ। Post navigation ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ଉପଲକ୍ଷେ ଉପଜିଲ୍ଲାପାଳଙ୍କ ଦ୍ୱାରା ପ୍ରସ୍ତୁତି ବୈଠକ