Sofia Firdous, the cuttack barabati mla

ମେୟରଙ୍କ ଲୁଟ ନେଇ ବର୍ଷିଲେ ବିଧାୟିକା ।

ସମସ୍ତଙ୍କ ସାମ୍ନାରେ ଚିରିଦେଲେ sop

ଲୋକଙ୍କ ସ୍ବାର୍ଥ ପାଇଁ ଭୟଙ୍କର ରୂପ ଧରିଲେ ବିଧାୟିକା ସୋଫିଆ ଫିର୍ଦୋଷ ।

ବାରବାଟି ଫୁଡ୍‌ କୋର୍ଟକୁ ନେଇ ବର୍ଷିଲେ ସୋଫିଆ । ମେୟର ସୁବାସ ସିଂହଙ୍କ ଉପରେ ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ବାରବାଟି କଟକ ବିଧାୟିକା । ବାରବାଟି ଫୁଡ୍ କୋର୍ଟ ଆବଣ୍ଟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲେ ବିଧାୟିକା । ମେୟର ଲୁଟ କରିବାରେ ବ୍ୟସ୍ତ ବୋଲି କହିଲେ ସୋଫିଆ । ଉଦ୍ଦେଶ୍ୟମୂଳକ ଭାବରେ ଇଂରାଜୀ ଭାଷାରେ ବ୍ରୋଚର୍, ଏସଓପି ଆଦି ଛାପି ସାଧାରଣ କ୍ଷୁଦ୍ର ବ୍ୟବସାୟୀଙ୍କୁ ଭୁଆଁ ବୁଲାଇବା ପାଇଁ ମେୟର ଚକ୍ରାନ୍ତ କରୁଛନ୍ତି ବୋଲି କହିଲେ ସୋଫିଆ ।

ଛତ୍ର ବଜାର ଅର୍ବାନ ହାଟକୁ ନେଇ ମଧ୍ୟ ଅଭିଯୋଗ ଆଣିଲେ ବିଧାୟିକା । ଖାଲି ସେତିକି ନୁହେଁ ବାରବାଟି ଫୁଡ୍ କୋର୍ଟ ବଣ୍ଟନ ଲାଗି ଯେଉଁ sop କରାଯାଇଛି, ତାକୁ ସମସ୍ତଙ୍କ ସମ୍ମୁଖରେ ଚିରି ଦେଇଛନ୍ତି । ସେପଟେ ନିଲମ୍ବିତ ବିଧାୟିକା ସେଫିଆଙ୍କ ଏଭଳି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଚନ୍ତି cmc ମେୟର ସୁବାସ ସିଂ । କହିଲେ ସେ ବିଧାୟିକା ଦିନ ଗଣୁଛନ୍ତି କେଇଦିନ ଦଳରୁ ବିଦା ହେବେ । ଦଳ ଯେଉଁ ଭଳି ତାକୁ ଟାର୍ଗେଟ କରାଗଲାନି ସେଥିପାଇଁ ସେ ଅତି ବିଳିବିଲେଇ ହେଉଛନ୍ତି । ଏତେ ବିବ୍ରତ କାହିଁକି, ଖାଲି ସୋଫିଆ କାହିଁକି ବାପା ଝିଅ ଦୁର୍ନୀତିର କଳା ପାହାଡ଼ରେ ବସିଛନ୍ତି । ସେ ହେଉଛନ୍ତି ଟିଭି ମାଡମ । ଯଦି ଦୁର୍ନୀତି ହୋଇଛି sop ନ ଫାଡ଼ି ଆଇନର ଆଶ୍ରୟ ନିଅନ୍ତୁ । ସୋଫିଆ ଅର୍ବାନ ଷ୍ଟାଣ୍ଡିଂ କମିଟି ସଦସ୍ୟ, ସେ ଅର୍ବାନ ସଚିବଙ୍କୁ ଜଣାଉ ନାହାନ୍ତି । ହାଇକୋର୍ଟର ଆଶ୍ରୟ ନେଇ ନାହାନ୍ତି କହି ପାଲଟା ଆକ୍ରମଣ କରିଛନ୍ତି ମେୟର ।

କିନ୍ତୁ ପ୍ରଥମଥର ପାଇଁ ଏତେ ଆକ୍ରମଣାତ୍ମକ ଭାବେ ସୋଫିଆ ଘେରିଛନ୍ତି ବୋଲି ଏବେ ରାଜନୈତିକ ମହଲରେ ଏହାକୁ ନେଇ ବଢିଛି ଚର୍ଚ୍ଚା ।

Leave a Reply

Your email address will not be published. Required fields are marked *