ସୌମ୍ୟରଞ୍ଜନ ହତ୍ୟାରେ ନୂଆ ଟ୍ଵିଷ୍ଟ ଆଇପିଏସ୍ ଙ୍କ ଘରେ ମାଗଣାରେ ଖଟୁଥିଲେ ସୌମ୍ୟଗଲା ଏପ୍ରିଲରେ ଆଇପିଏସ୍ ଙ୍କ ସହ ହୋଇଥିଲା ବଚସାଏପ୍ରିଲ ମାସରୁ ଦରମା ବନ୍ଦ ଥିଲା ବାଲିଅନ୍ତାରେ ଘଟିଥିବା ହତ୍ୟାକାଣ୍ଡରେ ଆସିଛି ନୂଆ ଟ୍ଵିଷ୍ଟ । ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ ଦେଖିବାକୁ ମିଳିଛି । ପୁଲିସ ଡିଜିଙ୍କ ସହ କଥା ହୋଇ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଭର୍ତ୍ସନା କରିଛନ୍ତି । ତେବେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାଠାରେ ସୌମ୍ୟରଂଜନ ନାମକ ଜଣେ ଯୁବକଙ୍କୁ କିଛି ସ୍ଥାନୀୟ ଲୋକ ଅସଦାଚରଣ ଅଭିଯୋଗ ପାଇଁ ବାଡେଇ ବାଡେଇ ମାରିଦେଇଥିଲେ । ଆଉ ଏହି ଅସଦାଚରଣ ଅଭିଯୋଗ ଆଣିଥିବା ଯୁବତୀ ଏବେ ମୁହଁ ଖୋଲିଛନ୍ତି । ଏପଟେ ମହିଳା କମିଶନ ଅଧ୍ୟକ୍ଷା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣା ଦିନ କଣ ଘଟିଥିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି କମିଶନେରେଟ ପୁଲିସ । ଏପର୍ଯ୍ୟନ୍ତ ୫ ଜଣଙ୍କୁ ବାନ୍ଧିଚି ପୁଲିସ । କିନ୍ତୁ ସବୁଠାରୁ ବଡ଼ ଟ୍ଵିଷ୍ଟ ହେଉଛି ସୌମ୍ୟରଂଜନଙ୍କ କର୍ମସ୍ଥଳ । ଅର୍ଥାତ ସୌମ୍ୟ କଟକ ଜିଆରପି ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ସମେତ ଆଉ ଆଠ ଜଣ କନେଷ୍ଟବଳଙ୍କୁ ଜଣେ ଆଇ ପି ଏସ୍ ବାବୁଙ୍କ ବ୍ୟକ୍ତିଗତ କାମରେ ଲଗାଇଥିଲେ ବୋଲି ଜଣା ପଡ଼ିଛି । ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ସମ୍ପୃକ୍ତ ଆଇ ପି ଏସ୍ ଅଧିକାରୀଙ୍କର ରେଲୱେ ପୁଲିସ ସହ କୌଣସି ସମ୍ପର୍କ ନଥିବା ବେଳେ ଗଲା ଚାରିବର୍ଷ ହେଲା ୮ ଜଣ କର୍ମଚାରୀଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଇଥିବା ଜଣାପଡ଼ିଛି । ପୂର୍ବରୁ ଏକ ପ୍ରେମଜନିତ ବ୍ୟାପାରକୁ ନେଇ ସୌମ୍ୟଙ୍କୁ ଆଇ ପି ଏସ୍ ଅଧିକାରୀ ଜଣକ ବ୍ଲାକମେଲ କରୁଥିଲେ । ମାଗଣାରେ ସୌମ୍ୟଙ୍କୁ ଜିମ ଟ୍ରେନର ଭାବେ ଲଗାଇବା ସାଙ୍ଗକୁ ମାସିକ ୧୧ ହଜାର ଟଙ୍କାର ପ୍ରୋଟିନ ପାଉଡର ଲାଞ୍ଚ ମଧ୍ୟ ନେଉଥିଲେ । କିନ୍ତୁ ଗତ ଏପ୍ରିଲ ମାସରେ ସୌମ୍ୟ ଏସବୁକୁ ମନା କରିବାରୁ ବଚସା ହୋଇଥିଲା । ଏବଂ ପୁନର୍ବାର ନିଜ ଜଏନିଂ ସ୍ଥାନ ତଥା କଟକ ଜିଆରପିରେ ଯୋଗ ଦେଇଥିଲେ ସୌମ୍ୟ । କିନ୍ତୁ ଗତ ଏପ୍ରିଲ ମାସରୁ ତାଙ୍କ ଦରମା ବନ୍ଦ ଥିବା ଜଣାପଡିଛି ଯାହା ଏ ମାମଲାକୁ ଭିନ୍ନ ଦିଗ ଦେଇଛି । ତେବେ ପ୍ରକୃତରେ ସେ ଅଧିକାରୀ ଜଣକ କିଏ ଏବଂ ତାଙ୍କୁ ଏ ମାମଲାରେ ତଦନ୍ତ ପରିସରଭୁକ୍ତ କରାଯାଉଛି କି ନାହିଁ ତାହା ଦେଖିବାର ଅପେକ୍ଷା । Post navigation ଓଡ଼ିଶାକୁ ଆସିବ ୪୮,୩୩୦ କୋଟି ଟଙ୍କାର ପୁଞ୍ଜି ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍ !, ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ହୋଇଛି ପୂର୍ତ୍ତ ବିଭାଗ