A new twist has emerged in the murder case that took place in Balianta.

ସୌମ୍ୟରଞ୍ଜନ ହତ୍ୟାରେ ନୂଆ ଟ୍ଵିଷ୍ଟ

ଆଇପିଏସ୍ ଙ୍କ ଘରେ ମାଗଣାରେ ଖଟୁଥିଲେ ସୌମ୍ୟ
ଗଲା ଏପ୍ରିଲରେ ଆଇପିଏସ୍ ଙ୍କ ସହ ହୋଇଥିଲା ବଚସା
ଏପ୍ରିଲ ମାସରୁ ଦରମା ବନ୍ଦ ଥିଲା

ବାଲିଅନ୍ତାରେ ଘଟିଥିବା ହତ୍ୟାକାଣ୍ଡରେ ଆସିଛି ନୂଆ ଟ୍ଵିଷ୍ଟ । ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ ଦେଖିବାକୁ ମିଳିଛି । ପୁଲିସ ଡିଜିଙ୍କ ସହ କଥା ହୋଇ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଭର୍ତ୍ସନା କରିଛନ୍ତି ।

ତେବେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାଠାରେ ସୌମ୍ୟରଂଜନ ନାମକ ଜଣେ ଯୁବକଙ୍କୁ କିଛି ସ୍ଥାନୀୟ ଲୋକ ଅସଦାଚରଣ ଅଭିଯୋଗ ପାଇଁ ବାଡେଇ ବାଡେଇ ମାରିଦେଇଥିଲେ । ଆଉ ଏହି ଅସଦାଚରଣ ଅଭିଯୋଗ ଆଣିଥିବା ଯୁବତୀ ଏବେ ମୁହଁ ଖୋଲିଛନ୍ତି । ଏପଟେ ମହିଳା କମିଶନ ଅଧ୍ୟକ୍ଷା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣା ଦିନ କଣ ଘଟିଥିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି କମିଶନେରେଟ ପୁଲିସ । ଏପର୍ଯ୍ୟନ୍ତ ୫ ଜଣଙ୍କୁ ବାନ୍ଧିଚି ପୁଲିସ ।

କିନ୍ତୁ ସବୁଠାରୁ ବଡ଼ ଟ୍ଵିଷ୍ଟ ହେଉଛି ସୌମ୍ୟରଂଜନଙ୍କ କର୍ମସ୍ଥଳ । ଅର୍ଥାତ ସୌମ୍ୟ କଟକ ଜିଆରପି ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ସମେତ ଆଉ ଆଠ ଜଣ କନେଷ୍ଟବଳଙ୍କୁ ଜଣେ ଆଇ ପି ଏସ୍ ବାବୁଙ୍କ ବ୍ୟକ୍ତିଗତ କାମରେ ଲଗାଇଥିଲେ ବୋଲି ଜଣା ପଡ଼ିଛି । ଯାହା ସମସ୍ତଙ୍କୁ ଚମକାଇ ଦେଇଛି ।

ସମ୍ପୃକ୍ତ ଆଇ ପି ଏସ୍ ଅଧିକାରୀଙ୍କର ରେଲୱେ ପୁଲିସ ସହ କୌଣସି ସମ୍ପର୍କ ନଥିବା ବେଳେ ଗଲା ଚାରିବର୍ଷ ହେଲା ୮ ଜଣ କର୍ମଚାରୀଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଇଥିବା ଜଣାପଡ଼ିଛି । ପୂର୍ବରୁ ଏକ ପ୍ରେମଜନିତ ବ୍ୟାପାରକୁ ନେଇ ସୌମ୍ୟଙ୍କୁ ଆଇ ପି ଏସ୍ ଅଧିକାରୀ ଜଣକ ବ୍ଲାକମେଲ କରୁଥିଲେ । ମାଗଣାରେ ସୌମ୍ୟଙ୍କୁ ଜିମ ଟ୍ରେନର ଭାବେ ଲଗାଇବା ସାଙ୍ଗକୁ ମାସିକ ୧୧ ହଜାର ଟଙ୍କାର ପ୍ରୋଟିନ ପାଉଡର ଲାଞ୍ଚ ମଧ୍ୟ ନେଉଥିଲେ । କିନ୍ତୁ ଗତ ଏପ୍ରିଲ ମାସରେ ସୌମ୍ୟ ଏସବୁକୁ ମନା କରିବାରୁ ବଚସା ହୋଇଥିଲା । ଏବଂ ପୁନର୍ବାର ନିଜ ଜଏନିଂ ସ୍ଥାନ ତଥା କଟକ ଜିଆରପିରେ ଯୋଗ ଦେଇଥିଲେ ସୌମ୍ୟ । କିନ୍ତୁ ଗତ ଏପ୍ରିଲ ମାସରୁ ତାଙ୍କ ଦରମା ବନ୍ଦ ଥିବା ଜଣାପଡିଛି ଯାହା ଏ ମାମଲାକୁ ଭିନ୍ନ ଦିଗ ଦେଇଛି । ତେବେ ପ୍ରକୃତରେ ସେ ଅଧିକାରୀ ଜଣକ କିଏ ଏବଂ ତାଙ୍କୁ ଏ ମାମଲାରେ ତଦନ୍ତ ପରିସରଭୁକ୍ତ କରାଯାଉଛି କି ନାହିଁ ତାହା ଦେଖିବାର ଅପେକ୍ଷା ।

Leave a Reply

Your email address will not be published. Required fields are marked *