୨୦୨୪ ମସିହା ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇଲା ଓ ବିଜେପି ସରକାର କଲା। ଏ ଫଳାଫଳ ଅପ୍ରତ୍ୟାଶିତ। ୨ ବର୍ଷ ପରେ ଜନସାଧାରଣ ପଶ୍ଚାତାପ କରୁଛନ୍ତି। କିନ୍ତୁ ବଡ଼ କଥା ହେଉଛି ଯାହା ହେଉ ପୂର୍ବରୁ ବିଜେପି ଲୋକମାନେ ୨୪ ବର୍ଷ କହୁଥିଲେ ଓ ଏବେ ୧୫ ବର୍ଷ କଥା କହୁଛନ୍ତି। ଏହା ସହ ବିଜେପି ନୁହେଁ ଜନସାଧାରଣ ବିଜେପି ସରକାର ର ରିପୋର୍ଟ୍ କାର୍ଡ ତିଆରି କରିଛନ୍ତି। ବିଜେପି ଖାଲି ବିରୋଧୀ ମାନଙ୍କୁ ଚୁପ୍ କରିବାର ବିଜେପି ପ୍ରୟାସ କରିଛି। ଅନ୍ୟ ଉପାୟରେ ଯେମିତି ଚୁପ୍ କରାଯାଉଛି ସେମିତି ଓଡ଼ିଶାରେ ହେଉଛି। ଓଡ଼ିଶାରେ ପ୍ରଗତିକୁ ଗତି ମିଳିନି, ପ୍ରଗତିକୁ ଅଧୋଗତି ହୋଇଛି।ଦୀର୍ଘ ବର୍ଷର ସ୍ଥାଣୁତ୍ଵ ଓ ଏ ସରକାର ର ଉତ୍ତରଦାୟିତ୍ୱ ଏବେ ଇତିହାସ ହେବାକୁ ବସିଛି। ବର୍ତ୍ତମାନ ବିକାଶ ଏବେ ଅବିଶ୍ୱାସ, ବିଶ୍ୱାସ ଟି ଅବିଶ୍ୱାସ, ପ୍ରୟାସ ନୁହେଁ ଅପ ପ୍ରୟାସ ହେବାରେ ଲାଗିଛି।ଡବଲ ଇଞ୍ଜିନ ସରକାରରେ ଡବଲ ଶୋଷନ, ଅନେକ କଷଣ ଅନେକ ଧର୍ଷଣ ଓ କେବଳ ଭାଷଣ। ବିଜୁ ଜନତା ଦଳ ସବୁ ଜାଗାରେ ମହିଳା ଆକ୍ରୋଶ ରାଲୀ ଚାଲିଛି। ନିରନ୍ତର ଭାବେ ବିଜେଡି ଏବେ ପୁଣି ଲୋକପ୍ରିୟତା ସାଉଁଟିଛି। ଜନସାଧାରଣଙ୍କ ସମେତ ବିଜେପିର ପଦାଧିକାରୀ ଏବେ ଖାଲି ଅସନ୍ତୋଷ ହୋଇ ଅଛନ୍ତି। ବିଜେପି ରେ ଏବେ ସଂଗଠନ ନ ହୋଇ ମରାମତି ସଂଗଠନ ଚାଲିଛି। Post navigation କୋଷ୍ଟାଲ ହାଇଓ୍ବେକୁ ନେଇ ମୁହାଁମୁହିଁ ସଞ୍ଜୟ – ପୃଥ୍ବୀରାଜ ରାଜଧାନୀ ରେ ତାଣ୍ଡବ ରଚିଲା କାଳବୈଶାଖୀ । ଭାଙ୍ଗିଲା ଗଛ, ଉଡ଼ିଲା ଘର ଛାରଖାର କଲା ଜନତା ମଇଦାନ ର ରଜ ଉତ୍ସବ ।