"Sanjay and Prithviraj Face Off Over the Coastal Highway.""Sanjay and Prithviraj Face Off Over the Coastal Highway."

ଏବେ କୋଷ୍ଟାଲ ହାଇୱେ ପାଇଁ ଯେଉଁ ରୁଟ୍ ଯାଉଛି ତାହା ଚିଲିକା ଓ ସମୁଦ୍ର ଉପକୂଳରେ ଯାଉଛି। ଯେଉଁ ମାନେ କହୁଛନ୍ତି ସେମାନେ ଥରେ ମ୍ୟାପ୍ ଓ ଗୁଗଲ ମ୍ୟାପ୍ ରେ ଦେଖନ୍ତୁ। ଦୀର୍ଘ ୧୫ ବର୍ଷ ଧରି କୋଷ୍ଟାଲ ହାଇୱେ କୁ ବନ୍ଦ କରିବାର ପ୍ରୟୋଜନ ଥିଲା, ହେଲେ ବିଜେପି ସରକାର ଆସିବା ପରେ ଏହା ନୂଆ ରୂପ ନେଇଛି। ପୂର୍ବରୁ ଏହାର ଯେଉଁ ରୁଟ୍ କରାଯାଇଥିଲା ତାକୁ ନେଇ ବିଜେଡି ସରକାର କଣ କରୁଥିଲା ସେଇଟା ଇତିହାସ ଜାଣିଛି।
ସଞ୍ଜୟ ଦାସ ବର୍ମା ଗୋଟେ ମେଜର ଗେମ୍ ଖେଳୁଛନ୍ତି। ଇତିହାସ ଖୋଲିଲେ ବିଜେଡି ନେତାଙ୍କୁ କଷ୍ଟ ହବ। ଆଉ ଜଣା ପଡ଼ିଯିବ କି କାହିଁକି ଏତେ ଦିନ ହେଲା କୋଷ୍ଟାଲ ହାଇୱେ ନିର୍ମାଣ ବନ୍ଦ ଥିଲା।
ଏହା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୮ ବର୍ଷ ଧରି ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ନିଜର ଦାବି ଉପସ୍ଥାପନ କରି ଆସୁଥିଲେ। ତେବେ କମର୍ସିଆଲ କରିଡର୍ ପାଇଁ ଏହା ଏକ ପ୍ରମୁଖ ଭୂମିକା ନେବ।
ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଓଡ଼ିଶା ବିରୋଧୀ ଓ ପ୍ରକଳ୍ପ ବିରୋଧୀ। ଏହି କୋଷ୍ଟାଲ ହାଇୱେ ସମୁଦ୍ର କୂଳରେ ହିଁ ଯିବ ଓ କୋଷ୍ଟାଲ ହାଇୱେ ର ସ୍ୱରୂପ ଓ ସ୍ୱଭାବ ଅକ୍ଷୁର୍ଣ୍ଣ ରଖା ଯାଇଛି। ବିରୋଧୀ ମାନେ ଅପେକ୍ଷା କରନ୍ତୁ , ବିଜେଡି ସରକାର ଯେଉଁ ଷଡ଼ଯନ୍ତ୍ର କରିକି ଏହି ପ୍ରକଳ୍ପ କରେଇ ଦେଉ ନଥିଲେ ତାହା ଏବେ ପୁଣି କାର୍ଯ୍ୟକ୍ଷମ ହେବ। ଏହା ସହ ଧର୍ଯ୍ୟ ଚ୍ୟୁତି ହେଉଛି ଯଦି ପାଟି ବନ୍ଦ କରି ରହିଲେ ଭଲ। ସମ୍ପୂର୍ଣ୍ଣ ଟାଇମ୍ ଫ୍ରେମ୍ ରେ କାମ ସରିବା ସହିତ ଓଡ଼ିଶା ବିକାଶର ନୂଆ ବାଟ ଦେଖାଇବ

Leave a Reply

Your email address will not be published. Required fields are marked *