"A Kalbaisakhi storm caused widespread disruption in the capital city.""A Kalbaisakhi storm caused widespread disruption in the capital city."

ରାଜଧାନୀ ରେ ତାଣ୍ଡବ ରଚିଲା କାଳବୈଶାଖୀ । ଭାଙ୍ଗିଲା ଗଛ, ଉଡ଼ିଲା ଘର ଛାରଖାର କଲା ଜନତା ମଇଦାନ ର ରଜ ଉତ୍ସବ । ସେପଟେ ତାତିରୁ ତ୍ରାହି ଆସ୍ବସ୍ଥି ଆଣିଛି କୁଆ ପଥର ବର୍ଷା । ରାଜଧାନୀ ରେ କାଳବୈଶାଖୀ ପ୍ରଭାବ ଖସିଲା ପାରଦ, କମିଲା ତାତି ଓ ଗୁଳୁଗୁଳି । କାଳବୈଶାଖୀ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ରେ ତାପମାତ୍ରା 14°C ଯାଏଁ ତଳକୁ ଖସିଥିବା ବେଳେ ତାପସୂଚକାଙ୍କ 22°C ଯାଏଁ ତଳକୁ ଖସିଲା । ରାଜ୍ୟ ବାସୀ ଙ୍କ ପାଇଁ ଖୁସି ଖବର ସଅଳ ଆସୁଛି ମୌସୁମୀ ବାୟୁ । ଆସନ୍ତା ୬ ରୁ ୮ ଦିନ ଭିତରେ ଓଡ଼ିଶା ର କିଛି ଅଞ୍ଚଳ କୁ ମୌସୁମୀ ପ୍ରବେଶ ନେଇ ପାଗ ଅନୁକୂଳ ରହିଛି । ଖୁବ୍ ଶୀଘ୍ର ରାଜ୍ୟ ରେ ଆରମ୍ଭ ହେବ ପ୍ରାକ୍ ମୌସୁମୀ ବର୍ଷା ।ମୌସୁମୀ ବର୍ଷା ଆରମ୍ଭ ହେବା ପୂର୍ବରୁ ବଜ୍ରପାତ ଓ ପବନ ସହ ଯେଉଁ ବର୍ଷା ହୁଏ, ତାହାକୁ ପ୍ରାକ୍-ମୌସୁମୀ ବର୍ଷା କୁହାଯାଏ। ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟ ରେ ଆରମ୍ଭ ହେବ ପାର୍କ ମୌସୁମୀ ବର୍ଷା । ମୌସୁମୀ କୁ ସକ୍ରିୟ କରିବ ଲଘୁଚାପ । ପାଣିପାଗ ବିଭାଗ ର ଦୀର୍ଘ ଅବଧି ଆକଳନ ରେ ଦର୍ଶାଇ ଥିଲା ଜୁନ୍ ଦ୍ୱିତୀୟ ସପ୍ତାହ ବେଳକୁ ବଙ୍ଗୋପସାଗର ରେ ହୋଈପାରେ ଲଘୁଚାପ । ଏହି ଲଘୁଚାପ ମୌସୁମୀ ବାୟୁ କୁ ସକ୍ରିୟ କରାଇ ଓଡ଼ିଶା ଆସିବାକୁ ବାଟ ଫିଟାଇବ ବୋଲି ଅଗୁଆ ଆକଳନ କରିଛି ପାଣିପାଗ ବିଭାଗ।.

କାଳବୈଶାଖୀ ପରେ ରାଜଧାନୀରେ ଜାରି ରହିଛି ରାସ୍ତା ସଫେଇ ଓ ଗଛ କଟା ଅଭିଯାନ। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ରାସ୍ତା ଅବରୋଧ ହୋଇଥିଲା। ପରିସ୍ଥିତି ସୁଧାରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ଅପରେସନ ଚାଲିଛି। ଭୁବନେଶ୍ୱର ଫାୟାର ଷ୍ଟେସନ ପକ୍ଷରୁ OMC, ଖାରବେଳ ନଗର, ସହିଦ ନଗର, କ୍ୟାପିଟାଲ ହାଇସ୍କୁଲ ଓ ମାଷ୍ଟରକ୍ୟାଣ୍ଟିନ ସମେତ ୫ଟି ସ୍ଥାନରେ ଗଛ କଟା ଓ ରାସ୍ତା ସଫେଇ କାମ କରାଯାଇଛି। ସେହିପରି ଚନ୍ଦ୍ରଶେଖରପୁର ଫାୟାର ଷ୍ଟେସନ ଜୟଦେବ ବିହାର, ଡମଣା ରୋଡ଼ ଓ ମଧୁସୂଦନ ଏକାଡେମୀ ନିକଟରେ ୩ଟି କଲ୍‌ରେ ସହାୟତା ପ୍ରଦାନ କରିଛି। ଟମାଣ୍ଡୋ ଫାୟାର ଷ୍ଟେସନ ରେଣ୍ଟାଲ କଲୋନୀ ଓ CRPF ଅଞ୍ଚଳରେ, ସେକ୍ରେଟାରିଏଟ ଫାୟାର ଷ୍ଟେସନ ଜୟଦେବ ବିହାର, କଳିଙ୍ଗ ଷ୍ଟାଡିୟମ ଓ ନୟାପଲ୍ଲୀରେ, ମଞ୍ଚେଶ୍ୱର ଫାୟାର ଷ୍ଟେସନ ସହିଦ ନଗର ଓ ଖାରବେଳ ନଗରରେ ଗଛ କାଟି ରାସ୍ତା ସଫା କରିଛି। ଏହାସହ ଷ୍ଟ୍ରାଇକିଂ ଫାୟାର ଫୋର୍ସ ମଧ୍ୟ ଜୟଦେବ ବିହାର ଅଞ୍ଚଳରେ ଦୁଇଟି ଅପରେସନ କରିଛି।
ପାହାଳ ଓ ବାଲିଅନ୍ତା ଫାୟାର ଷ୍ଟେସନର ଟିମ୍ ମାନଙ୍କୁ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଗଛ କଟା ଓ ରାସ୍ତା ସଫେଇ ପାଇଁ ମୁତୟନ କରାଯାଇଛି। ବର୍ତ୍ତମାନ ୨୦ଟି ଅଗ୍ନିଶମ ୟୁନିଟ୍ ଲଗାତାର କାର୍ଯ୍ୟ କରୁଥିବା ବେଳେ ଉପୁଡ଼ି ପଡ଼ିଥିବା ଗଛ ହଟାଇ ଜନଜୀବନକୁ ସ୍ୱାଭାବିକ କରିବାକୁ ପ୍ରୟାସ ଜାରି ରହିଛି।

Leave a Reply

Your email address will not be published. Required fields are marked *