ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ସୂଚନା ମିଳିଛି। ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନା ଓ ଚର୍ଚ୍ଚାର ଅବସାନ ଘଟାଇ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ଭବ୍ୟ ମହାମିଶ୍ରଣ ପର୍ବରେ ସେ ଦଳର ସଦସ୍ୟତା ଗ୍ରହଣ କରିଥିଲେ। ରାଜନୀତିରେ ପ୍ରବେଶ ପୂର୍ବରୁ ସୁଜାତା କାର୍ତ୍ତିକେୟନ ନବୀନ ନିବାସରେ ପହଞ୍ଚି ବିଜେଡି ସଭାପତି Naveen Patnaikଙ୍କୁ ସାକ୍ଷାତ କରିଥିଲେ। ତାଙ୍କ ଆଶୀର୍ବାଦ ନେବା ପରେ ସେ ସିଧାସଳଖ ଶଙ୍ଖ ଭବନକୁ ଯାଇ ଦଳରେ ସାମିଲ ହୋଇଥିଲେ। ୩୦ ଜିଲ୍ଲାରୁ ନେତା ଓ କର୍ମୀଙ୍କ ସମାଗମ ସୁଜାତାଙ୍କ ଯୋଗଦାନକୁ ସ୍ମରଣୀୟ କରିବା ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ବିଧାୟକ, ବରିଷ୍ଠ ନେତା, ଜନପ୍ରତିନିଧି ଓ ହଜାର ହଜାର କର୍ମୀ ଏହି ମହାମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶଙ୍ଖ ଭବନ ପରିସର ଦଳୀୟ ଉତ୍ସାହ ଓ ଜନସମାଗମରେ ସରଗରମ ହୋଇଉଠିଥିଲା। ପ୍ରଶାସନରୁ ରାଜନୀତିକୁ ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ପରେ ସୁଜାତା କାର୍ତ୍ତିକେୟନଙ୍କ ରାଜନୀତିରେ ପ୍ରବେଶକୁ ବିଜେଡି ପାଇଁ ଏକ ବଡ଼ ଶକ୍ତି ବୋଲି ଦେଖାଯାଉଛି। ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ସହ ମହିଳା ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଦଳୀୟ ମହଳରେ ଆଶା ପ୍ରକାଶ ପାଉଛି। ଗତ କିଛି ଦିନ ଧରି ତାଙ୍କର ରାଜନୀତି ପ୍ରବେଶକୁ ନେଇ ଚାଲିଥିବା ସମସ୍ତ ଚର୍ଚ୍ଚା ଓ କଳ୍ପନାଜଳ୍ପନାରେ ଆଜି ପୂର୍ଣ୍ଣଛେଦ ପଡ଼ିଛି। ଏବେ ସୁଜାତାଙ୍କ ଏହି ନୂଆ ରାଜନୀତିକ ଯାତ୍ରା ବିଜେଡି ଏବଂ ଓଡ଼ିଶା ରାଜନୀତିକୁ କେଉଁ ନୂଆ ଦିଗ ଦେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। Post navigation ସୁଜାତା କାର୍ତ୍ତିକେୟନଙ୍କ ସମ୍ଭାବ୍ୟ ରାଜନୈତିକ ପ୍ରବେଶ: ବିଜେଡି ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ? ରମାକାନ୍ତ ଗୋଚ୍ଛାୟତଙ୍କ ନୂତନ କବିତା ସଂକଳନ ‘ଲୋହିତ ସ୍ୱପ୍ନ’