“May became a deadly month.”“May became a deadly month.”

୨ ତାରିଖରେ କଣାସ
୫ ତାରିଖରେ ହିଂଜିଳି
୭ ତାରିଖରେ ବାଲିଅନ୍ତା ଓ ୮ ତାରିଖରେ ବାଲିପାଟଣା
ସପ୍ତାହକ ଭିତରେ ଘଟିଲାଣି ବଡ଼ ବଡ଼ କାଣ୍ଡ କାରନାମା । ସରକାରଙ୍କୁ ଜାତୀୟ ସ୍ତରରେ ନିନ୍ଦା ଦେବା ଭଳି ଏମିତି ଘଟଣା ଘଟିଛି ଯାହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ଛକ, ବଜାର ସବୁଠି ଚର୍ଚ୍ଚା ହେଉଛି । ଯେମିତିକି ଅମାନିଆଙ୍କର ଆଉ ଖାତର ନାହିଁ ଏପଟେ ସର୍ବସମ୍ମୁଖରେ ଦିନ ଦିପହରେ ଘଟିଥିବା ଏସବୁ ଅମାନୁଷିକ କାଣ୍ଡ ସମସ୍ତଙ୍କ ହୋସ ଉଡ଼ାଇ ଦେଇଛି ।

ତେବେ ଗତ କିଛି ଦିନ ପୂର୍ବରୁ ଏପ୍ରିଲ ୨୮ତାରିଖରେ ଭଉଣୀର କଙ୍କାଳ ଖୋଳି ଜିତୁ ମୁଣ୍ଡା ନାମକ ଜଣେ ଆଦିବାସୀ ବ୍ୟକ୍ତି ବ୍ୟାଙ୍କକୁ ନେବା ଘଟଣା ମଧ୍ୟ ସଭ୍ୟସମାଜକୁ ସ୍ତବ୍ଧ କରିଦେଇଥିଲା। ସାରା ଭାରତରେ ଏ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଗଲା । ସବୁଠି ଏ ଘଟଣାକୁ ନେଇ ଛି ଛାକର କରାଯାଉଥିବା ବେଳେ ପୁଣି ଜାତୀୟ ଖବରରେ ଆଗରେ ରହିଲା ପୁରୀ ଜିଲ୍ଲା କଣାସ ଘଟଣା । କଣାସରେ ଅପରାଧୀମାନେ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟକ୍ତିଙ୍କୁ ପନିକିରେ ହାଣି ଗାଡ଼ି ଚଢ଼ାଇ ନୃଶଂସ ଭାବେ ହତ୍ୟା ଉଦ୍ୟମ କଲେ ଜହର ଭିଡ଼ିଓ ଭାଇରାଲ ହେଲା । ହେଲେ ଏତିକିରେ ଅଟକିଲା ନାହିଁ ଅପରାଧୀଙ୍କ ଅପରାଧ ପ୍ରବଣତା । ହିଞ୍ଜିଳିରେ ନ୍ୟାୟ ପାଇବା ନିମନ୍ତେ ଧାରଣାରେ ବସିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ୩ ବର୍ଷର ଛୁଆ ସାମ୍ନାରେ କୁରାଢ଼ୀରେ ହାଣି ଦିଆଗଲା । ଆଉ ଭୁବନେଶ୍ୱର ଉପକଣ୍ଠରେ ବାଲିଅନ୍ତାଠାରେ ପିଟିପିଟି ଜଣେ ଜିଆରପି କର୍ମଚାରୀଙ୍କୁ ହତ୍ୟା କଲେ ସ୍ଥାନୀୟ ଲୋକ । ଯାହାର ଫଟୋ ଭିଡ଼ିଓ ପୁଣି ଜାତୀୟ ଖବରର ଶିରୋନାମା ମଣ୍ଡନ କଲା ବେଳେ ପୁନର୍ବାର ଏଘଟଣାର ପୁନରାବୃତ୍ତି ହୋଇଛି । ୨୪ ଘଣ୍ଟା ନପୁରୁଣୁ ବାଲିପାଟଣା ଅଞ୍ଚଳରେ ଏକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାସ୍ତା ମଝିରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରି ଦିଆଯାଇଛି

ତେବେ ସପ୍ତାହକ ଭିତରେ ଏସବୁ ବଡ଼ ବଡ଼ ଅପରାଧ ଓଡ଼ିଶାରେ ଛବିକୁ ମଳିନ କରିଛି ୨ କିନ୍ତୁ ପୁଲିସର କାର୍ଯ୍ୟାନୁଷ୍ଠାନ ଶୁନ । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅନ୍ୟପକ୍ଷରେ ସୌମ୍ୟରଂଜନ ହତ୍ୟା ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତରେ ନ୍ୟସ୍ତ କରି ପୁଲିସ ଡିଜିଙ୍କୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ସ୍ପଷ୍ଟ କରୁଛି ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡ଼ିଛ ଆଉ ଅପରାଧୀ ମାନେ ଏକଥା ଖୁବ ଭଲ ଭାବରେ ବୁଝି ଅପରାଧ ଘଟାଇ ଚାଲିଛନ୍ତି । ଏଥିପାଇଁ ସରକାରଙ୍କୁ ବଦନାମ ହେବାକୁ ମଧ୍ୟ ପଡ଼ୁଛି । ତଥାପି ଲାଗୁଛି ଯେମିତି ପୁଲିସର ଚେତା ପଶିନାହିଁ ।

Leave a Reply

Your email address will not be published. Required fields are marked *