ଯାହା ହେଉ ମୁଖ୍ୟମନ୍ତ୍ରୀ ବାଲିଅନ୍ତା ଘଟଣାର ସମୀକ୍ଷା କଲେ। ଆଜି ପର୍ଯ୍ୟନ୍ତ ଏତେ କଥା ହେଲାଣି ହେଲେ କୋଉ ଘଟଣାରେ ନ୍ୟାୟ ମିଳିପାରି ନାହିଁ। ବଳଙ୍ଗା ଘଟଣାରେ ସେ ଝିଅକୁ ଦୋଷ ଦେଇ ଦିଆ ଗଲ। ସରକାରର କଣ୍ଟ୍ରୋଲ ବାହାରେ କାହିଁକି ଗଲା? ରାଜ୍ୟରେ ମେଜର କ୍ରିମିନାଲ ମାନେ ବିଜେପିକରଣ ହୋଇ ଯାଇଛନ୍ତି। ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନ ହେବାକୁ ସାଧାରଣ ଲୋକ ଏପରି ହେଉଛନ୍ତି। ଲୋକଙ୍କର ପୋଲିସ ଠାରୁ ଆଉ ବିଶ୍ୱାସ ନାହିଁ । ସେଠି ପାଇଁ ସରକାର ଦାୟୀ ଅଟନ୍ତି। ମୁଖ୍ୟମନ୍ତ୍ରୀଙ୍କ କେତେ ଜଣ ଅଧିକାରୀଙ୍କୁ ଦଣ୍ଡ ଦେଇଛନ୍ତି। ଜଷ୍ଟିସ ଦେଇ ପାରିବେନି କ୍ରାଇମ୍ ବ୍ରାଞ୍ଚ। ମୁଖ୍ୟମନ୍ତ୍ରୀ ଫିତା କାଟିବାରେ ବ୍ୟସ୍ତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣିବାକୁ ଭଲ ଲାଗୁଚି ହେଲେ ବେକାରୀ ଯୁବକଙ୍କୁ ଚାକିରି ମିଳୁନି। ୪୦ ଲକ୍ଷ କୋଟି ତାଙ୍କର ସମ୍ପତ୍ତି ଲୁଟ୍ ହେବାରେ ଲାଗିଛି। ଓଡ଼ିଶା ବାସୀଙ୍କ ପାଇଁ କିଛି ଖଣିଜ ସମ୍ପଦ ରହିବ ନାହିଁ। ଭବିଷ୍ୟତ ବଂଶଧର ପାଇଁ କିଛି ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସବୁଦିନ ର କାର୍ଯ୍ୟକ୍ରମ ଦେଖନ୍ତୁ ଗତ କାଲି ଭଳି ସେ କେତେ ସିରିୟସ ଆଗ ଘଟଣାରେ ହୋଇଛନ୍ତି । ଏହା କାହାର ଦାୟିତ୍ୱ ବୋଲି କେବେ ଅନୁଭବ କରିଛନ୍ତି କି ? ମୁଖ୍ୟମନ୍ତ୍ରୀ ଅନୁଭବ କରନ୍ତୁ ସେ ରାଜ୍ୟ ର ମୂଖ୍ୟମନ୍ତ୍ରୀ ବୋଲି ! ଆଦିବାସୀ ର ଯେଉଁ ସମର୍ପଣ ଅଛି ତାହା ମୁଖ୍ୟମନ୍ତ୍ରୀ ଦେଖାନ୍ତୁ।ମୋହନ ମାଝୀ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଭଳି ବ୍ୟବହାର କରନ୍ତୁ। ପୋଲିସର ମୋରାଲିଟି ନ ରହିଲେ ସେ କାମ କେମିତି କରିବ। ସେ ନେଇ ଭାବିବାର ଆବଶ୍ୟକତା ଅଛି। Post navigation ତାମିଲନାଡୁରେ ବିଜୟ ଯୁଗ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୭ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ