Bhubaneswar Terror Link | Sheikh Imran Arrested | STF Interrogates

ଭୁବନେଶ୍ବର ଆତଙ୍କି ମାମଲାରେ ଏବେ ନୂଆ ମୋଡ ସାମନାକୁ ଆସିଛି । ହନିଟ୍ରାପ୍‌ର ଶିକାର ହୋଇଥିଲା ଇମ୍ରାନ। ଦିଲ୍ଲୀ ଯାଇଥିବା ସମୟରେ ହନିଟ୍ରାପ୍‌ର ଶିକାର ହୋଇଥିଲା ଇମ୍ରାନ୍। ଆତଙ୍କୀ ଲିଙ୍କରେ ଦିଲ୍ଲୀ ସ୍ପେସାଲ୍ ବ୍ରାଞ୍ଚ୍ ପୁଲିସ ରାଜଧାନୀ ଭୁବନେଶ୍ବରରୁ ସେକ୍ ଇମ୍ରାନକୁ ଗିରଫ ପରେ ଏସ୍‌ଟିଏଫ୍ ଟିମ୍ ତା’ର ଦିଲ୍ଲୀ ଓ ରାଞ୍ଚି ଲିଙ୍କ୍ ସମ୍ପର୍କରେ ସାଂଘାତିକ ତ‌ଥ୍ୟ ପଦାକୁ ଆଣିଥିଲା। ଆଜି ଆଉ ଏକ ଚାଞ୍ଚଲ୍ୟକର ରିପୋର୍ଟ ଦିଲ୍ଲୀ ପୁଲିସ ସାମ୍ନାକୁ ଆଣିଛି | ଇମ୍ରାନ୍ ଦିଲ୍ଲୀ ଯାଇଥିବା ସମୟରେ ହନିଟ୍ରାପ୍‌ର ଶିକାର ହୋଇଥିଲା। ଏ ନେଇ ଦିଲ୍ଲୀ ସ୍ପେସାଲ ବ୍ରାଞ୍ଚ ପୁଲିସ କେସ୍ ନଂ-୮୪/୨୬ରେ ମାମଲା ରୁଜୁକରି ଇମ୍ରାନକୁ ମାରାଥନ୍ ଜେରା ସହ ଖୋଳତାଡ଼ ଆରମ୍ଭ କରିଛି।

ଇମ୍ରାନ୍ ପ୍ରଥମେ ସୋସିଆଲ୍ ମିଡିଆ ମାଧ୍ୟମରେ ଦିଲ୍ଲୀର ଜଣେ ଯୁବତୀଙ୍କ ସହ ବନ୍ଧୁତା ହୋଇଥିଲା, ପରେ ଉଭୟ ନମ୍ବର ଦିଆନିଆ ହୋଇଥିଲେ | ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିବା ପରେ ଉଭୟ ଦିଲ୍ଲୀରେ ଭେଟିବା ପାଇଁ ଯୋଜନା କରିଥିଲେ। ଯୁବତୀ ଜଣକ ଇମ୍ରାନକୁ ଫସାଇବା ପାଇଁ ସୁନେଲି ସ୍ବପ୍ନ ଦେଖାଇଥିଲେ। ରାତାରାତି ରୋଜଗାର ବାଟ ବି ଦେଖାଇଥିଲା। ମାଗଣାରେ ବିଦେଶ ଭ୍ରମଣ ଓ ସେଠାକାର ପ୍ରଭାବଶାଳୀଙ୍କ ସହ ଭେଟ କରାଇବ ବୋଲି କହି ଇମ୍ରାନର ବିଶ୍ଵାସଭାଜନ ହେବାକୁ ଭେଟିବା ପୂର୍ବରୁ ଯୁବତୀ ଟଙ୍କା ପଠାଉଥିଲେ। ଜାଲରେ ସମ୍ପୂର୍ଣ୍ଣ ଫସିଯିବା ପରେ ଯୁବତୀଙ୍କୁ ଭେଟିବାକୁ ଇମ୍ରାନ ପୂରା ପାଗଳ ହୋଇଯାଇଥିଲା। ଦିଲ୍ଲୀ ଭ୍ରମଣ ଖର୍ଚ୍ଚ ସେହି ଯୁବତୀ ଇମ୍ରାନ୍‌କୁ ଆଗୁଆ ପଠାଇଥିଲେ। ଆଉ ଏହା ପରେ ଇମ୍ରାନ ପିଲାବେଳର ସାଙ୍ଗ କରୁଣାକର ସାହୁଙ୍କୁ ସାଙ୍ଗରେ ଧରି ଟ୍ରେନ୍‌ରେ ଯାଇଥିଲା | ସେଠାରେ ଯୁବତୀଙ୍କୁ ଭେଟିବା ପରେ ୪ଦିନ ଧରି ତାଙ୍କ ସହ ସମୟ କାଟିଥିଲା। ଏହି ସମୟରେ ଯୁବତୀ ଜଣକ ମଧ୍ୟ ଇମ୍ରାନ ସହ କିଛି ସନ୍ଦିଗ୍ଧଙ୍କ ସହ ଭେଟ କରାଇଥିଲେ। ଆଉ ସେମାନଙ୍କ ଇସାରାରେ କାମ କରିବା ପାଇଁ ପ୍ରବର୍ତ୍ତାଇଥିଲେ | ଏଥିପାଇଁ ମୋଟା ଅଙ୍କର ଅର୍ଥ ମିଳବ ବୋଲି ପ୍ରଲୋଭିତ ମଧ୍ୟ କରିଥିଲେ ବୋଲି ତଦନ୍ତ ବେଳେ ଜଣାପଡ଼ିଛି।

ଇମ୍ରାନ ଭେଟିଥିବା ଦିଗରେ ଏସ୍‌ଟିଏଫ୍ କରୁଣାକରଙ୍କୁ ଅଧିକ ପଚାରଉଚରା କରିପାରେ ବର୍ତ୍ତମାନ କରୁଣାକର ବି ଦିଲ୍ଲୀ ପୁଲିସ ସ୍କାନର୍‌ରେ ରହିଛନ୍ତି। ଦରକାର ପଡ଼ିଲେ ତାଙ୍କୁ ଖୁବ୍‌ଶୀଘ୍ର ଦିଲ୍ଲୀ ପୁଲିସ ଜେରାର ସାମ୍ନା କରିବାକୁ ପଡ଼ିପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତାଙ୍କୁ ଜେରା ପରେ ସଂପୃକ୍ତ ଯୁବତୀ ଓ ହନିଟ୍ରାପ୍ ସମ୍ପର୍କରେ ଅଧିକ ତଥ୍ୟ ମିଳିବ।

କିଛିଦିନ ତଳେ ଦିଲ୍ଲୀ ସ୍ପେସାଲ୍ ବ୍ରାଞ୍ଚ ପୁଲିସ ଭୁବନେଶ୍ବରରୁ ଇମ୍ରାନର ଦେଶଦ୍ରୋହ ଅଭିଯାନରେ ସଂପୃକ୍ତ ମ୍ୟାକେଟ୍ ସହ ଲିଙ୍କ୍‌ର ସୂଚନା ପାଇଥିଲା। ଏହି ଗୋଷ୍ଠୀ ପାକ୍ ଆତଙ୍କୀ ସଂଗଠନ ‘ଲସ୍କର’କୁ ପ୍ରମୋସନ କରୁଥିଲେ। ଖୋଳତାଡ଼ ବେଳେ ଦିଲ୍ଲୀ ପୁଲିସ ବିହାର, ଦିଲ୍ଲୀ ଓ ୟୁପିର କିଛି ଯୁବକଙ୍କୁ କାବୁକରି ସେମାନଙ୍କ ଜେରାରୁ ଓଡ଼ିଶା ଲିଙ୍କ୍ ନେଇ ତଥ୍ୟ ପାଇଥିଲା । ଗତ ୧୦ ତାରିଖରେ ଦିଲ୍ଲୀ ପୁଲିସ ଭୁବନେଶ୍ଵର କ୍ୟାପିଟାଲ୍ ଥାନା ପୁଲିସ ସହାୟତାରେ ୟୁନିଟ୍-୬ରେ ସରକାରୀ କ୍ୱାର୍ଟର୍ସରେ ଚଡ଼ଉ କରି ଇମ୍ରାନକୁ ଗିରଫ କରିଥିଲା। ଏହାପରେ ଗତ ୧୩ ତାରିଖ ଦିନ ଏସ୍‌ଟିଏଫ୍ ଟିମ୍ ଫରେଷ୍ଟପାର୍କ ଅଞ୍ଚଳରେ ଇମ୍ରାନ୍‌ର ପିଲାଦିନର ସାଙ୍ଗ କରୁଣାକର ସାହୁଙ୍କୁ ତାଙ୍କ ଘରେ ୩ ଘଣ୍ଟା ମାରାଥନ୍ ଜେରା କରିଥିଲା ।

Leave a Reply

Your email address will not be published. Required fields are marked *