NUXALISM and MAOISM in India.

୪ ନକ୍ସଲଙ୍କୁ ଏନକାଉଣ୍ଟର ପରେ ସାମ୍ନାକୁ ଆସିଲା ସତ । ଏବେ ବି ନକ୍ସଲ ମୁକ୍ତ ହୋଇନି ଭାରତ । ଫେଲ୍ ମାରିଲା କି ଶାହାଙ୍କ ନକ୍ସଲ ଷ୍ଟ୍ରାଟେଜି ? ନିପାତ ହେଲେ ହାର୍ଡକୋର ମାଓବାଦୀ । ଯାହା ଏବେ ବି ଭାରତର ବିଭିନ୍ନ ସ୍ଥାନରେ ଲୁଚି ରହିଛନ୍ତି ଅନେକ ନକ୍ସଲ ବୋଲି ପ୍ରମାଣିତ କରିଦେଇଛି । ଯାହା ପୁଣି ଥରେ ୪ ମାଓବାଦୀଙ୍କୁ ଏନକାଉଣ୍ଟର ପରେ ସାମ୍ନାକୁ ଆସିଛି ସତ । ଶାହାଙ୍କ ନକ୍ସଲ ମୁକ୍ତ ଭାରତ ଷ୍ଟ୍ରାଟେଜିକୁ ମାଓବାଦୀମାନେ ଖୋଲା ଚ୍ୟାଲେଞ୍ଜ ଦେଇଥିବା ଏବେ ଅନୁମାନ କରାଯାଉଛି । ଯାହାର ଉତ୍ତରରେ ହୋଇଛି ଏନକାଉଣ୍ଟର । ଝାଡ଼ଖଣ୍ଡ ହଜାରିବାଗ୍ ଜଙ୍ଗଲ କେରେଦାରୀ ଅଞ୍ଚଳରେ ହୋଇଛି ବଡ଼ ଧରଣର ଏନକାଉଣ୍ଟର । ଯେଉଁଥିରେ ୪ ଜଣ ନକ୍ସଲଙ୍କୁ ନିହତ କରାଯାଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ସବ-ଜୋନାଲ କମାଣ୍ଡର ସହଦେବ ମାହାତୋ ଯାହା ମୁଣ୍ଡ ପାଇଁ ପୂର୍ବରୁ ୧୫ ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏବଂ ଜଣେ ମହିଳା ନକ୍ସଲ ନତାଶାଙ୍କୁ ଏନକାଉଣ୍ଟର କରାଯାଇଛି।

ଏଠି ଲୁଚି ରହିଥିବା ନକ୍ସଲ ମାନେ ବଡ଼ ଧରଣର ଷଡ଼ଯନ୍ତ୍ର କରିଥିବା ସୂଚନା ମିଳିଥିଲା । ପୋଲିସ, ସିଆରପିଏଫ୍ ଏବଂ କୋବ୍ରା ବାଟାଲିୟନ ପକ୍ଷରୁ ଅପରେସନ୍ ଆରମ୍ଭ ହୋଇଥିଲା। ଫୋର୍ସ ଉପରକୁ ଗୁଳି ମାଡ଼ ପରେ ଏହାର ପାଲଟା ଜବାବ ଦେଇଥିଲା ଫୋର୍ସ। ସହଦେବ ମାହାତୋ ଦୀର୍ଘ ସମୟ ଧରି ଚତରା, ହଜାରୀବାଗ ଏବଂ ଲାଟେହାର ସୀମାନ୍ତ ଅଞ୍ଚଳରେ ସକ୍ରିୟ ଥିଲେ। ଏମାନଙ୍କ ପାଖରୁ ଦୁଇଟି AK-47, ବହୁ ସଂଖ୍ୟାରେ କାର୍ଟ୍ରିଜ୍ ଜବତ ହୋଇଥିଲା ।

Leave a Reply

Your email address will not be published. Required fields are marked *