Big gift for Anganwadi workerBig gift for Anganwadi worker

ବାର୍ଷିକ ସହାୟତା ୮ ହଜାରରୁ ବଢ଼ିଲା ୧୨ ହଜାର

ଅଯୋଧ୍ୟା: ଆଙ୍ଗନବାଡ଼ି ସେବିକାଙ୍କ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ବଡ଼ ଘୋଷଣା। ସେମାନଙ୍କୁ ମିଳୁଥିବା ବାର୍ଷିକ ଆର୍ଥିକ ସହାୟତା ଏଣିକି ୮ ହଜାର ଟଙ୍କା ପରିବର୍ତ୍ତେ ୧୨ ହଜାର ଟଙ୍କା ହେବ। ଅଯୋଧ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି।

କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟନାଥ ରାଜ୍ୟର ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପୂର୍ବ ସ୍ଥିତି ସମ୍ପର୍କରେ ମଧ୍ୟ ମତ ରଖିଥିଲେ। ତାଙ୍କ କହିବା ଅନୁସାରେ, ୨୦୧୭ ପୂର୍ବରୁ ଅନେକ ଆଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି ଦୁର୍ବଳ ଥିଲା। ଏପରିକି ଶିଶୁ ଓ ମହିଳାଙ୍କ ପାଇଁ ଆବଶ୍ୟକ ପୋଷଣ ସାମଗ୍ରୀ ସମୟରେ ଉପଲବ୍ଧ ହେଉନଥିଲା ବୋଲି ସେ କହିଥିଲେ।

ଏହାର ପ୍ରଭାବ ଆଙ୍ଗନବାଡ଼ି ସେବିକା ଓ ସହାୟିକାମାନଙ୍କ କାର୍ଯ୍ୟ ଉପରେ ପଡ଼ୁଥିବା ଯୋଗୀ ଉଲ୍ଲେଖ କରିଥିଲେ। ଏବେ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଥିବା ଦାବି କରିବା ସହ ଆଙ୍ଗନବାଡ଼ି କର୍ମୀଙ୍କ କଲ୍ୟାଣ ପାଇଁ ସରକାର ପଦକ୍ଷେପ ନେଉଥିବା କହିଥିଲେ।

ଅନ୍ୟପକ୍ଷରେ, ଅଯୋଧ୍ୟାର ବିକାଶ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ପୂର୍ବତନ ସରକାରକୁ ନିଶାନା କରିଥିଲେ। ବିକାଶମୂଳକ ପ୍ରକଳ୍ପ, ବିଶେଷକରି ରାସ୍ତା, ରେଳ ଓ ବିମାନବନ୍ଦର ନିର୍ମାଣ ସମୟରେ ସମାଜବାଦୀ ପାର୍ଟି ପକ୍ଷରୁ ବିରୋଧ କରାଯାଇଥିବା ସେ ଅଭିଯୋଗ କରିଥିଲେ।

ଯୋଗୀଙ୍କ ଦାବି ଅନୁସାରେ, ବର୍ତ୍ତମାନ ଅଯୋଧ୍ୟାରେ ଯୋଗାଯୋଗ ଓ ପରିବହନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇଛି। ୪-ଲେନ୍‌ ସଡ଼କ, ଡବଲ୍‌ ରେଳ ଲାଇନ୍‌ ଏବଂ ଅନ୍ତର୍ଜାତୀୟ ବିମାନବନ୍ଦର ଭଳି ପ୍ରକଳ୍ପ ଅଯୋଧ୍ୟାର ବିକାଶକୁ ନୂଆ ଦିଗ ଦେଇଛି ବୋଲି ସେ କହିଥିଲେ।

ଏହା ସହ ଅଯୋଧ୍ୟାକୁ ‘ସୋଲାର ସିଟି’ ଭାବେ ବିକଶିତ କରିବା ଦିଗରେ ମଧ୍ୟ କାମ ହୋଇଥିବା ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *