ତାମିଲଗା ଭେଟ୍ରି କାଝାଗମ ତଥା ଟିଭିକେ ତାମିଲନାଡୁରେ ନୂଆ ସରକାର ଗଢିଛି । ଏବଂ ନଅ ଜଣିଆ କ୍ୟାବିନେଟ ସହ ଶପଥ ଗ୍ରହଣ କରିଛନ୍ତି ଥାଲାପତୀ ବିଜୟ ଓରଫ ଜୋସେଫ ବିଜୟ । ଅର୍ଥାତ ମୁଖ୍ୟମନ୍ତ୍ରୀ ଭାବେ ଜୋସେଫ ବିଜୟ ଶପଥ ଗ୍ରହଣ କରି ରାଜ୍ୟର ବିକାଶ ଦିଗରେ ଆଗେଇବା ପ୍ରତିଶ୍ରୁତି ଦେଇଥିବା ବେଳେ ତାଙ୍କ ସହ ଅନ୍ୟ ୯ ଜଣ ବିଧାୟକ ମଧ୍ୟ ଏହି ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୋଗ ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ ସଂକଳ୍ପ ପତ୍ରରେ ବିଜୟ ଦେଇଥିବା ପ୍ରତିଶ୍ରୁତି ପ୍ରଥମେ ପୁରା କରିଛନ୍ତି । ମାଗଣା ୨୦୦ ୟୁନିଟ ବିଜୁଳି ସାଙ୍ଗକୁ ତାମିଲନାଡୁରେ ମହିଳା ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି । Post navigation ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍ !, ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ହୋଇଛି ପୂର୍ତ୍ତ ବିଭାଗ ବାଲିଅନ୍ତା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଭକ୍ତ