ତାମିଲନାଡୁରେ ବିଜୟଙ୍କ ବିଜୟ ପରେ ବଢିଛି ବିଭିନ୍ନ ଚର୍ଚ୍ଚା ଓ ଆଲୋଚନା । ଟିଭିକେକୁ ୧୦୮ ଆସନ ମିଳିବା ପରେ ଏବେ ତାମିଲନାଡ଼ୁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି । ବିଜୟଙ୍କୁ ବିପୁଳ ଜନ ସମର୍ଥନ ମିଳିଥିଲସୁଦ୍ଧା ମ୍ୟାଜିକ ନମ୍ବର ଠାରୁ ସିଟ ସଂଖ୍ୟା କମ ରହିଛି ଯାହା ମେଣ୍ଟ ଆଡ଼କୁ ଏବେ ଅଙ୍ଗୁଳି ନିର୍ଦ୍ଦେଶ କରିବା ସ୍ବଭାବିକ ତେବେ ୨୩୪ ବିଧାନସଭା ସିଟ ମଧ୍ୟରେ ୧୧୮ ଅଙ୍କ ହେଉଛି ମ୍ୟାଜିକ ନମ୍ବର ଯାହା ପୁରା କରିବାରେ ବିଫଳ ହୋଇଛି ବିଜୟଙ୍କ ଦଳ। ତେଣୁ ଏହି ଦଶଟି ସିଟକୁ ନେଇ ଦ୍ଵନ୍ଦ ବଢିଛି । କିଏ ଦେବ ସମର୍ଥନ, କାହା ସହ ମେଣ୍ଟ ହେବ ପ୍ରଶ୍ନ ଭିତରେ କଂଗ୍ରେସ ବିଜୟଙ୍କୁ ସମର୍ଥନ ଦେବାକୁ ଆଗ୍ରହ ଦେଖାଇଛି । ତେଣୁ ଏବେ ଥଲାପତି ବିଜୟଙ୍କ ଟିଭିକେ ସହ କଂଗ୍ରେସର ମେଣ୍ଟ ହେବା ଚର୍ଚ୍ଚା ଆହୁରି ତୀବ୍ର ହୋଇଛି । ତେବେ ପୂର୍ବରୁ ବିଜୟ କଂଗ୍ରେସର ସହଯୋଗ ପାଇଁ ଅନୁରୋଧ କରିଥିଲେ ତେଣୁ କଂଗ୍ରେସ ଏବେ ଟିଭିକେ ସହ ଯିବ ଓ ସରକାର ଗଠନରେ ସମର୍ଥନ ଦେବ ବୋଲି କହିଛନ୍ତି କଂଗ୍ରେସ ମହାସଚିବ କେସି ବେନୁଗୋପାଲ କହିଛନ୍ତି । କିନ୍ତୁ କଂଗ୍ରେସ ପକ୍ଷରୁ ଏକ ସର୍ତ୍ତ ଥିବା କଥା ସାମ୍ନାକୁ ଆସିଛି । ଏହି ସମର୍ଥନ ପାଇଁ ଜାତୀୟ କଂଗ୍ରେସକୁ ଦୁଇଟି କ୍ୟାବିନେଟ ପଦ ଦିଆଯାଉ ବୋଲି ସର୍ତ୍ତ ରଖାଯାଇଛି । ଏବଂ ଏଥିରେ ଟିଭିକେ ରାଜି ଥିବା ଅନେକ ସୂତ୍ରରୁ ପ୍ରକାଶ ପାଇଛି ଯାହା ମେଣ୍ଟ ସରକାରର ଆଭାସ ଦେଉଛି । Post navigation ଅଶାନ୍ତ ହେଲା ପଶ୍ଚିମବଙ୍ଗ, CID ଡିଜି କରୁଛନ୍ତି ତଦନ୍ତ ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍ !, ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ହୋଇଛି ପୂର୍ତ୍ତ ବିଭାଗ