ନିକଟରେ ରାଜ୍ୟସଭାର ସଂସଦୀୟ ଦଳ ନାତା ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଆଜି ତାଙ୍କ ସ୍ଥାନ ନେଇଛନ୍ତି ମାନସ ମଙ୍ଗରାଜ । ମାନସ ଏହି ପଦ ନେବା ପାଇଁ ଚାହୁଁଥିଲେ ଏବଂ ସେ ଏଥିପାଇଁ ଷଡଯନ୍ତ୍ର ମଧ୍ୟ ରଚିଥିଲେ ବୋଲି ଚର୍ଚା ଜୋର ଧରିଥିଲା । ଏବେ ଏହା ଉପରୁ ସମ୍ପୂର୍ଣ୍ଣ ଭାବରେ ପରଦା ଉଠି ସାରିଛି । ମାନସଙ୍କୁ ସଂସଦୀୟ ଦଳର ନେତା ଭାବରେ ବିଜେଡି ଘୋଷଣା କରିବା ସହିତ ସୁଲତା ଦେଓଙ୍କୁ ଉପନେତା ଭାବରେ ଘୋଷଣା କରିଛି । ଏହା ସହିତ ଆଉ ଗୋଟିଏ ଚିତ୍ର ମଧ୍ୟ ସ୍ପଷ୍ଟ ହୋଇ ସାରିଛି ଯେ ବିଜେଡିରେ ଏବେ ମଧ୍ୟ ପାଣ୍ଡିଆନଙ୍କ ବୋଲବୋଲା ଚାଲିଛି ଏଥିରେ କୌଣସି ସନ୍ଦେହ ନାହିଁ ।ହେଲେ ଏବେ ପ୍ରଶ୍ନ ଉଠୁଛି ଏହା ପରେ ବିଜେଡିର ସ୍ଥିତି କେମିତି ହେବ । ଆମେ ଆପଣଙ୍କୁ ଏଥିପାଇଁ ଏକଥା କହୁଛୁ ଯେ ଏବେ ମଧ୍ୟ ଅନେକ ନେତା ମାନସ ମଙ୍ଗରାଜଙ୍କୁ ଦଳରେ ବିରୋଧ କରି ଆସୁଛନ୍ତି । ଏକଥା କେବଳ ଆମେ କହୁନାହୁଁ ଅନେକ ବିଜେଡି ନେତା ମଧ୍ୟ ଖୋଦ କହିଛନ୍ତି ଯାହା ଆମ ପାଖରେ ସୂଚନା ରହିଛି । ସସ୍ମିତ ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲା ପରେ ଅନେକ ଆଲୋଚନା ହେଉଥିଲା ଯେ ହୁଏତ ସେ ସ୍ଥାନ ସଂତୃପ୍ତ ନେବେ । କିନ୍ତ ଏହା ମଧ୍ୟ ଆଲୋଚନା ହେଉଥିଲା ଏହା ପଛରେ ରହିଛି ମାନସ ମଙ୍ଗରାଜଙ୍କ ହାତ ।୨୦୨୪ରେ ନିର୍ବାଚନ ଫଳାଫଳ ବାହାରିଲା ପରେ ଅନେକ ଛାତ୍ର ଓ ଯୁବ ନେତା ମାନସ ଓ ପାଣ୍ଡିଆନଙ୍କୁ ବିରୋଧ କରଥିଲେ ଏମିତିକି ବିଗତ ଦିନରେ ଶଙ୍ଖ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନସ ମଙ୍ଗରାଜଙ୍କୁ ଧକ୍କା ମାରିବା ସହିତ ବିରୋଧ କରିଥିଲେ ବୋଲି ମଧ୍ୟ ଚର୍ଚା ଜୋର ଧରିଥିଲା । ତେବେ ଯେଉଁ ନେତାଙ୍କୁ ଏତେ ବିରୋଧ କରାଯାଉଛି ତାଙ୍କୁ କାହିଁକି ନବୀନ ପଟ୍ଟନାୟକ ଦାୟିତ୍ୱ ଦେଲେ ବୋଲି ଚର୍ଚ୍ଚା ହେବା ସ୍ୱଭାବିକ । Post navigation ବିଜେଡି ପରିତ୍ୟାଗ କରି ବିଜେପିରେ ଯୋଗଦେଲେ କେନ୍ଦୁଝର ପୌରପାଳିକା ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ ମାନସ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳର ନେତା ଓ ସୁଲତା ଦେଓଙ୍କୁ ଉପନେତାର ଦାୟିତ୍ୱ