New bridge over kathajodi river

କାଠଯୋଡି ନଦୀ ଉପରେ ତିଆରି ହେବ ନୂଆ ବ୍ରିଜ୍। ରାଜ୍ୟ କ୍ୟାବିନେଟରେ ମିଳିଲା ମଞ୍ଜୁରୀ । କ୍ୟାବିନେଟ ବୈଠକରେ ୮ଟି ବିଭାଗର ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କାଠଯୋଡ଼ି ନଦୀ ଉପରେ ନୂଆ ବ୍ରିଜ୍ ତିଆରି ନେଇ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ବ୍ରିଜ୍ ଜୁଡିସିଆଲ୍ ଏକାଡେମୀ ସହ ତ୍ରିଶୁଳିଆକୁ ଯୋଡ଼ିବ।

୧୫୮ କୋଟି ୮୮ ଲକ୍ଷ ଟଙ୍କାର ଏହି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ୩ ବର୍ଷ ଭିତରେ ବ୍ରିଜ୍ ନିର୍ମାଣ ନେଇ ଲକ୍ଷ୍ୟ ରହିଛି। ସେହିପରି ଓଡ଼ିଶା ରାଜ୍ୟ ଡାଟା ନୀତି ୨.୦କୁ ମଞ୍ଜୁରୀ ମିଳିଛି। ପିଏନଜି ଓ ସିଏନଜି ଭିତ୍ତିଭୂମି ସଂପ୍ରସାରଣ ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ସିଟି ଗ୍ୟାସ୍ ବିତରଣ-CGD ନୀତିକୁ ଅନୁମୋଦନ ଦେଇଛି କ୍ୟାବିନେଟ୍।

ଏହି ନୂତନ ନୀତି ଜରିଆରେ ରାଜ୍ୟରେ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ୍ (PNG) ଏବଂ ସିଏନଜି ଭିତ୍ତିଭୂମିର ଦ୍ରୁତ ସଂପ୍ରସାରଣ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏଥିସହ ବଲାଙ୍ଗୀରରେ ଅତ୍ୟାଧୁନିକ ସୂତା ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *