ଦକ୍ଷିଣ ଆଣାମାନ ସାଗରରେ ବର୍ତ୍ତମାନ ଘୂର୍ଣ୍ଣିବଳୟ ସକ୍ରିୟ ହେବା ପରେ ବାତ୍ୟାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ଅନ୍ୟପଟେ କାଳବୈଶାଖୀ ଡରଉଛି । ଆସନ୍ତା ୧୩ ତାରିଖ ସୁଦ୍ଧା ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ବଢୁଛି ଆଉ ଏହାରି ଭିତରେ ବାତ୍ୟାକୁ ନେଇ ଆସିଛି ବଡ଼ ଖବର । ଦକ୍ଷିଣ ଆଣ୍ଡାମାନ ସାଗରରେ ବର୍ତ୍ତମାନ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆସନ୍ତା ୧୨ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବ । ସମୁଦ୍ର ଭିତରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । କିନ୍ତୁ ଓଡିଶା ଉପରେ ଏହାର କ’ଣ ପ୍ରଭାବ ରହିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ୧୩ ତାରିଖ ପରେ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଅନ୍ୟପଟେ ଓଡିଶା ଉପରେ ଥିବା ଟ୍ରପଲାଇନ ପ୍ରଭାବରେ କାଳବୈଶାଖୀ ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ଯାଏଁ ଏହାର ପ୍ରଭାବ ରହିବ । ଓଡ଼ିଶାରେ ଏବେ ଦିନରେ ପ୍ରବଳ ଖରା ଓ ଅପରାହ୍ନରେ କାଳବୈଶାଖୀ । ତୁହାକୁ ତୁହା କାଳବୈଶାଖୀ ବର୍ଷାରେ ଭିଜୁଛି ଓଡ଼ିଶା । ଆଗାମୀ ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏଥିସହ ସ୍ଥାନେ ସ୍ଥାନେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ରହିବା ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । Post navigation ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୭ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ ଓଡ଼ିଶାରେ ହଠାତ ଏତିକି ହୋଇଗଲା ସୁନା ଦର ।