name will change according the pronounciation in odia

ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ନାଁ । ରାଜ୍ୟର ବିଭିନ୍ନ ଅଞ୍ଚଳର ନାଁକୁ ନେଇ ଇଂରାଜୀ ବନାନ ସଂଶୋଧନ ପ୍ରସଙ୍ଗକୁ ନେଇ ଚିନ୍ତା କଲେ ରାଜ୍ୟ ସରକାର । ପ୍ରସ୍ତାବିତ ନାଁ ସମ୍ପର୍କରେ ମତାମତ ପାଇଁ କଲେ ଆହ୍ବାନ। ଜନପ୍ରତିନିଧି ଏବଂ ସାଧାରଣ ଜନତାଙ୍କ ଠାରୁ ରାଜ୍ୟ ସରକାର ମତାମତ ଲୋଡ଼ିଛନ୍ତି। ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରସ୍ତାବ ଆଧାରରେ ମତାମତ ମଗାଯାଇଛି।

ଆସନ୍ତା ମାସକ ମଧ୍ୟରେ କିଭଳି ମତାମତ ଓ ପରାମର୍ଶ ଆସିପାରିବ, ତା ଉପରେ ଗୁରୁତ୍ବ ଦିଆଯାଇଛି। ଯଥା ANGUL ପାଇଁ ANUGOLA, BOLANGIR ପାଇଁ BALANGIR ସୁପାରିସ୍ ହୋଇଛି।

ସେହିପରି ସେହିପରି KEONJHAR-KENDUJHAR, KHURDA-KHORDHA, JEYPORE-JAYAPUR ଏବଂ RAIRAKHOL ପାଇଁ REDHAKHOL,
BALASORE ପାଇଁ BALESHWAR, BARAGARH ପାଇଁ BARAGADA, CUTTACK ପାଇଁ KATAKA, DEOGARH ପାଇଁ DEBAGADA ସୁପାରିସ୍ ହୋଇଥିବାବେଳେ BERHAMPUR ବଦଳରେ BRAHMAPUR, KHONDMAL ବଦଳରେ KANDHAMAL, KENDRAPARA ପାଇଁ KENDRAPADA, AUL ତଥା ଆଳି AALI ସୁପାରିସ୍ ହୋଇଛି।

ଏନେଇ ସୁପାରିସ କରିଛନ୍ତି ରାଜ୍ୟ ସରକାର। ଏହା ଉପରେ ମତାମତ ମଗାଯାଇଛି। ଏହି ପ୍ରସ୍ତାବ ଗୁଡ଼ିକ ଉପରେ ଜନପ୍ରତିନିଧିମାନେ ଏବଂ ଜନସାଧାରଣ ସେମାନଙ୍କର ମତାମତ ତଥା ସୁଚିନ୍ତିତ ପରାମର୍ଶ ଆଜିଠାରୁ ଏକ ମାସ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଲୋକସେବା ଭବନ, ଭୁବନେଶ୍ୱର- ୭୫୧୦୦୧ ଠିକଣାରେ ଚିଠି ମାଧ୍ୟମରେ ପଠାଇପାରିବେ। ସେହିପରି ଇ-ମେଲ୍ isbdr-rev.od@od.gov.in ଅଥବା revsec.od@od.gov.in ମାଧ୍ୟମରେ ପ୍ରେରଣ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର।

Leave a Reply

Your email address will not be published. Required fields are marked *