ଭୋଟ ଲୁଟ କରିଛି ବିଜେପି ସେଣ୍ଟ୍ରାଲ ଫୋର୍ସ ଲଗାଇ କରିଛି ଅତ୍ୟାଚାର ବେଙ୍ଗଲ ଜିତିବାକୁ ନେଇ ଏକ ଭିଡିଓ କରି ବିଜେପି ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ । ବିଜେପି ଭୋଟ ଲୁଟ କରିଥିବା ନେଇ କହିଛନ୍ତି ଦିଦି । ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ବାହାରୁଥିବା ବେଳେ ଏଭଳି ଏକ ଭିଡିଓ କରି ସେ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ପକାଇଛନ୍ତି । ଯେଉଁଥିରେ ନିଜ ଦଳୀୟ କର୍ମୀଙ୍କୁ ଆଶ୍ଵାସନା ଦେଇ ମମତା କହିଛନ୍ତି ସନ୍ଧ୍ୟା ଯାଏଁ ଅପେକ୍ଷା କର ଫଳାଫଳ ଆମ ସପକ୍ଷରେ ଅର୍ଥାତ ତୃଣମୂଳ କଂଗ୍ରେସ ସପକ୍ଷରେ ଯିବ । କିନ୍ତୁ ଅନ୍ୟପକ୍ଷରେ ବିଜେପିକୁ ଘୋର ନିନ୍ଦା କରିଛନ୍ତି ଦିଦି । ଚଳିତ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ଭୋଟ ଲୁଟ କରିବା ସାଙ୍ଗକୁ SIR ନାଁ ରେ ଭୋଟର କାଟି ଦେଇଥିବା କହି ବିଜେପି ଉପରେ କୋପ ଦେଖାଇଛନ୍ତି । ଏହା ସହିତ ରାଜ୍ୟରେ ନିର୍ବାଚନ ଚାଲୁଥିବା ବେଳେ ଯେଉଁଭଳି ଭାବେ ବିଜେପି ସେଣ୍ଟ୍ରାଲ ଫୋର୍ସ ଲଗାଇ ଲୋକଙ୍କ ଉପରେ ଦମନ କରିଛି ଏହା ସ୍ଵଚ୍ଛ ନିର୍ବାଚନ ନୁହେଁ ବୋଲି ସେ ଦର୍ଶାଇଛନ୍ତି । କିନ୍ତୁ ତାଙ୍କର ଏ ଭିଡିଓ ନେଇ ରାଜନୈତିକ ମହଲରେ ବୟାନବାଜି ଆରମ୍ଭ ହୋଇଯାଇଛି । ବହୁବର୍ଷ ଶାସନରେ ରହିବା ପରେ ଦିଦି ହାର ସ୍ଵୀକାର କରିପାରୁନଥିବା ଚର୍ଚା ଜୋର ଧରିଛି । Post navigation ଏଣିକି ଗ୍ୟାସ୍ ବଦଳରେ ମିଳିବ କୋଇଲା ବଦଳିବେ ଓଡିଶାର ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ ଗିରିଶ ମୂର୍ମୁ