ଗିରିଶ ମୂର୍ମୁଙ୍କୁ ନେଉ ବଢିଲା ଚର୍ଚ୍ଚା ବଦଳି ପାରନ୍ତି ମୋହନ ମାଝୀ ସରକାର । ତାଙ୍କ ଯାଗା ନେଇ ପାରନ୍ତି ଗିରିଶ ମୁର୍ମୁ । ରାଜ୍ୟରେ ପୁଣି ଏକ ବଡ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । କେବଳ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ନୁହେଁ ଏଥର ବଦଳି ଯାଇ ପାରନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ଚର୍ଚ୍ଚା ଘନେଇବାରେ ଲାଗିଛି । ଖୁବ ଶୀଘ୍ର ଏନେଇ ଏକକ ବଡ ନିଷ୍ପତ୍ତି ଆସିପାରେ ବୋଲି ସବୁଠାରେ ଆରମ୍ଭ ହେଲାଣି ଆଲୋଚନା । ମୋହନ ମାଝୀଙ୍କ କାର୍ଯ୍ୟଶୈଳୀକୁ ନେଇ ଖୁସି ନାହିଁ କେନ୍ଦ୍ରୀୟ ବିଜେପି ସେଥିପାଇଁ ଓଡିଶାରେ ବଧଳିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଆଲୋଚନା ହେବାରେ ଲାଗିଛି । ଆଉ ତାଙ୍କ ସ୍ଥାନରେ ଗିରିଶ ମୂର୍ମୁଙ୍କୁ ବସେଇବା ପାଇଁ ଚାଲିଛି ଯୋଜନା ।ଠିକ୍ ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡିଶାରେ ବିଜୟ ଲାଭ କଲାପରେ ଗିରିଶ ମୂର୍ମୁଙ୍କ ନେଇ ହୋଇଥିଲା ଆଲୋଚନା । ଗିରିଶ ମୂର୍ମୁ ଜମ୍ମୁ ଓ କାଶ୍ମୀରର ଏଜି ଭାବରେ କାର୍ଯ୍ୟତୁଲାଇ ସାରିଛନ୍ତି । ଜାମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ତାହାର ପ୍ରଥମ ଏଜି ଭାବରେ ଗିରିଶ ମୂର୍ମୁଙ୍କୁ ମିଳିଥିଲା ଦାୟିତ୍ୱ । ସେ ପୂର୍ବରୁ ମୋଦୀ ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି ତେଣୁ ଏବେ ପୁଣି ତାଙ୍କ ନାଁ ଚର୍ଚା ଜୋର ଧରିବାରେ ଲାଗିଛି ।ସବୁଠାରୁ ରୋଚକ କଥା ହେଲା ବିଜେଡି ସାଂସଦ ସୁଲତା ଦେଓ ଏସଂକ୍ରାନ୍ତରେ ନିଜର ସା ମାଜି ଗଣମାଧ୍ୟମରେ ଏକ ପୋଷ୍ଟ କଲା ପରେ ଏ ଚର୍ଚା ସାମ୍ନାକୁ ଆସିଥିଲା । ସୁଲତା ନିଜ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଲେଖିଥିଲେ ଯେ ଓଡିଶାର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବା ପାଇଁ ଯାଉଛନ୍ତି ଏବଂ ତାଙ୍କ ସ୍ଥାନ ନେବାପାଇଁ ଯାଉଛନ୍ତି ଗିରିଶ ମୂର୍ମୁ । Post navigation ପାୱାର ସିଷ୍ଟମ ସିମୁଲେସନ ଲାବୋରେଟୋରୀର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ତାମିଲନାଡୁରେ ମେଣ୍ଟ ସରକାର