girish murmu will take place as the new cm of odisha in replace of mohan majhi.


ଗିରିଶ ମୂର୍ମୁଙ୍କୁ ନେଉ ବଢିଲା ଚର୍ଚ୍ଚା

ବଦଳି ପାରନ୍ତି ମୋହନ ମାଝୀ ସରକାର ।

ତାଙ୍କ ଯାଗା ନେଇ ପାରନ୍ତି ଗିରିଶ ମୁର୍ମୁ ।


ରାଜ୍ୟରେ ପୁଣି ଏକ ବଡ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । କେବଳ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ନୁହେଁ ଏଥର ବଦଳି ଯାଇ ପାରନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ଚର୍ଚ୍ଚା ଘନେଇବାରେ ଲାଗିଛି । ଖୁବ ଶୀଘ୍ର ଏନେଇ ଏକକ ବଡ ନିଷ୍ପତ୍ତି ଆସିପାରେ ବୋଲି ସବୁଠାରେ ଆରମ୍ଭ ହେଲାଣି ଆଲୋଚନା । ମୋହନ ମାଝୀଙ୍କ କାର୍ଯ୍ୟଶୈଳୀକୁ ନେଇ ଖୁସି ନାହିଁ କେନ୍ଦ୍ରୀୟ ବିଜେପି ସେଥିପାଇଁ ଓଡିଶାରେ ବଧଳିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଆଲୋଚନା ହେବାରେ ଲାଗିଛି । ଆଉ ତାଙ୍କ ସ୍ଥାନରେ ଗିରିଶ ମୂର୍ମୁଙ୍କୁ ବସେଇବା ପାଇଁ ଚାଲିଛି ଯୋଜନା ।
ଠିକ୍ ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡିଶାରେ ବିଜୟ ଲାଭ କଲାପରେ ଗିରିଶ ମୂର୍ମୁଙ୍କ ନେଇ ହୋଇଥିଲା ଆଲୋଚନା । ଗିରିଶ ମୂର୍ମୁ ଜମ୍ମୁ ଓ କାଶ୍ମୀରର ଏଜି ଭାବରେ କାର୍ଯ୍ୟତୁଲାଇ ସାରିଛନ୍ତି । ଜାମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ତାହାର ପ୍ରଥମ ଏଜି ଭାବରେ ଗିରିଶ ମୂର୍ମୁଙ୍କୁ ମିଳିଥିଲା ଦାୟିତ୍ୱ । ସେ ପୂର୍ବରୁ ମୋଦୀ ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି ତେଣୁ ଏବେ ପୁଣି ତାଙ୍କ ନାଁ ଚର୍ଚା ଜୋର ଧରିବାରେ ଲାଗିଛି ।
ସବୁଠାରୁ ରୋଚକ କଥା ହେଲା ବିଜେଡି ସାଂସଦ ସୁଲତା ଦେଓ ଏସଂକ୍ରାନ୍ତରେ ନିଜର ସା ମାଜି ଗଣମାଧ୍ୟମରେ ଏକ ପୋଷ୍ଟ କଲା ପରେ ଏ ଚର୍ଚା ସାମ୍ନାକୁ ଆସିଥିଲା । ସୁଲତା ନିଜ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଲେଖିଥିଲେ ଯେ ଓଡିଶାର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବା ପାଇଁ ଯାଉଛନ୍ତି ଏବଂ ତାଙ୍କ ସ୍ଥାନ ନେବାପାଇଁ ଯାଉଛନ୍ତି ଗିରିଶ ମୂର୍ମୁ ।

Leave a Reply

Your email address will not be published. Required fields are marked *