suvendu pa chandranath death, cid dg starts investigations in west bengal


ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
ପଏଣ୍ଟ ବ୍ଲାଙ୍କରୁ ବାଜିଲା ଗୁଳି
ଅଚାନକ ଆସି ଗୁଳି ଚଳାଇଲେ ଦୁର୍ବୃତ୍ତ
ଘଟଣାସ୍ଥଳରେ ହିଁ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ତଥା ତାଙ୍କ ଘନିଷ୍ଠ ଚନ୍ଦ୍ରନାଥଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ ଗତ ସୋମବାର ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ବାହାରିବା ପରେ ଲଗାତାର ପଶ୍ଚିମବଙ୍ଗରୁ ଗଣ୍ଡଗୋଳର ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ମମତାଙ୍କ ସହ ସିଧାସଳଖ ପ୍ରତିଦ୍ୱନ୍ଦିତା କରୁଥିବା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ତଥା ଘନିଷ୍ଠ ଚନ୍ଦ୍ରନାଥଙ୍କୁ ଗୁଳି ମାରି ଚାଲିଯାଇଛନ୍ତି ଦୁର୍ବୃତ୍ତ ଯେଉଁଥିରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ ଯେ, ଚନ୍ଦ୍ରନାଥ ବିଳମ୍ବିତ ରାତିରେ ମଧ୍ୟମଗ୍ରାମରେ କିଛି ଲୋକଙ୍କ ସହ ଥିଲେ । ହଠାତ ତାଙ୍କୁ ଟାର୍ଗେଟ କରି ପଏଣ୍ଟ ବ୍ଲାଙ୍କରୁ ଗୁଳି ଚାଳନା ହେବା ଫଳରେ ଚନ୍ଦ୍ରନାଥଙ୍କ ମୁଣ୍ଡରେ ତିନିଟି ଗୁଳି ବାଜିଛି । ଏବଂ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଚନ୍ଦ୍ରନାଥ ଏକ କଳା ସ୍କର୍ପିଓରେ ଥିଲେ ଏବଂ ଆକ୍ରମଣ କରିଥିବା ଦୁର୍ବୃତ୍ତମାନେ ମୋଟରସାଇକେଲରେ ଥିବା ଜଣାଇଛନ୍ତି। ସୂଚନା ମୁତବକ ପୁଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଖୋଦ ସିଆଇଡି ଡିଜି ଏ ମାମଲାରେ ତଦନ୍ତ କରୁଛନ୍ତି ଏବଂ ପୋଷ୍ଟମର୍ଟମ ପାଇଁ ତିନୋଟି ଡାକ୍ତରୀ ଟିମ ନିଯୋଜିତ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *