ପାଳନ ହୋଇଛି ଅମୃତ ମହୋତ୍ସବ । ଏହି ଅବସରରେ ସୋମନାଥ ମନ୍ଦିର ପ୍ରତିଷ୍ଠା ଦିବସରେ ମୋଦୀଙ୍କ ବିଶାଳ ରୋଡ଼ ଶୋ’ ଦେଖିବାକୁ ମିଳିଛି । ସୋମନାଥ ମନ୍ଦିର ପ୍ରତିଷ୍ଠାର ୭୫ତମ ବାର୍ଷିକୀ ତଥା ‘ଅମୃତ ମହୋତ୍ସବ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତ କରି ଏକ ଭବ୍ୟ ରୋଡ଼ ଶୋ’ କରିଛନ୍ତି। ଏକ ଖୋଲା ଜିପ୍ରେ ପ୍ରଧାନମନ୍ତ୍ରୀ ହେଲିପ୍ୟାଡ୍ରୁ ବୀର ହମୀରଜୀ ସର୍କଲ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିଲୋମିଟର ଯାଇ ହଜାର ହଜାର ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣଙ୍କ ଅଭିବାଦନ ଗ୍ରହଣ କରିଥିଲେ।ଏହି ରୋଡ଼ ଶୋ’ ସମୟରେ ବିଭିନ୍ନ ରାଜ୍ୟର ସାଂସ୍କୃତିକ ଦଳ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ପରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରରେ ପହଞ୍ଚି ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରର ଶିଖରରେ ପତାକା ଉତ୍ତୋଳନ କରିବା ସହ ସେ ଦେଶର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଅବଦାନକୁ ମନେ ପକାଇଥିଲେ। ପ୍ରତିଷ୍ଠା ଦିବସ ଉପଲକ୍ଷେ ଏହି ଅବସରରେ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରାଯାଇଛି। ସାରା ସୋମନାଥ ସହର ଶିବମୟ ଓ ପର୍ବମୟ ହୋଇଉଠିଛି। पुनर्निर्मित सोमनाथ मंदिर के लोकार्पण की 75वीं वर्षगांठ पर पावनधाम सोमनाथ आकर दिव्य अनुभूति हुई है। इस अवसर पर मंदिर मार्ग पर भगवान सोमनाथ के भक्तों के जोश और प्रचंड उत्साह को देखकर मन अभिभूत और भावविभोर है! मैं आज यहां उस क्षण को जी रहा हूं, जिसका अनुभव भारत के प्रथम राष्ट्रपति… pic.twitter.com/nzzOk94BQJ— Narendra Modi (@narendramodi) May 11, 2026 Post navigation ଷ୍ଟାଲିନଙ୍କ ଘରେ ପହଞ୍ଚିଲେ ଥାଲାପତୀ ବିଜୟ ଗିରଫ ହେଲେ ଚନ୍ଦ୍ରନାଥଙ୍କ ହତ୍ୟାକାରୀ