“Chandranath’s murderer has been arrested.”“Chandranath’s murderer has been arrested.”

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ (PA) ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ହତ୍ୟାକାରୀଙ୍କୁ ଗିରଫ କରାଯାଇଛି। ପଶ୍ଚିମବଙ୍ଗ ପୋଲିସର ଏସଆଇଟି (SIT) ଏବଂ ଏସଟିଏଫ (STF) ମିଳିତ ଭାବେ ଉତ୍ତର ପ୍ରଦେଶ ଓ ବିହାର ସୀମାବର୍ତ୍ତୀ ଅଞ୍ଚଳରୁ ଏହି ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି।
ତେବେ ଗିରଫ ହୋଇଥିବା ସୁଟରମାନେ ହେଲେ ମୟଙ୍କ ରାଜ ମିଶ୍ର, ଭିକି ମୌର୍ଯ୍ୟ ଏବଂ ରାଜ ସିଂହ। ସେମାନେ ଉତ୍ତର ପ୍ରଦେଶର ବୋଲି ଜଣାପଡ଼ିଛି। ହତ୍ୟା କରିବା ପରେ ଫେରାର ହେଉଥିବା ବେଳେ ଏକ ଟୋଲ୍ ଗେଟ୍‌ରେ UPI ମାଧ୍ୟମରେ ଏମାନେ ପେମେଣ୍ଟ କରିଥିଲେ। ଏହି ଡିଜିଟାଲ୍ ପେମେଣ୍ଟ ଟ୍ରାକ୍ କରି ପୋଲିସ ସେମାନଙ୍କ ପାଖରେ ପହଞ୍ଚିଥିବା କୁହାଯାଇଛି ।

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ନେଇ ଅଶାନ୍ତ ହୋଇ ଉଠିଥିଲା ପଶ୍ଚିମବଙ୍ଗ। ଏହି ସମୟରେ ଗତ ମଇ ୬ ତାରିଖ ରାତିରେ ମଧ୍ୟମଗ୍ରାମ ଅଞ୍ଚଳରେ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ନିଜ କାର୍‌ରେ ଯାଉଥିବା ବେଳେ ବାଇକ୍‌ରେ ଆସିଥିବା ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ଏକ ସୁପାରୀ କିଲିଂ (Contract Killing) ବୋଲି ପୋଲିସ ସନ୍ଦେହ କରୁଛି। ଗିରଫ ୩ ଜଣଙ୍କୁ ବାରାସାତ କୋର୍ଟରେ ହାଜର କରାଯାଇ ୧୩ ଦିନିଆ ପୋଲିସ ରିମାଣ୍ଡରେ ନିଆଯାଇଛି।

ଏହି ହତ୍ୟାକାଣ୍ଡ ପଛରେ କେଉଁ ପ୍ରଭାବଶାଳୀ ବ୍ୟକ୍ତି ବା ମାଷ୍ଟରମାଇଣ୍ଡ ରହିଛନ୍ତି, ସେ ନେଇ ପୋଲିସ ଅଧିକ ଜେରା ଜାରି ରଖିଛି। ରାଜନୈତିକ ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଶୁଭେନ୍ଦୁ ଅଧିକାରୀ ଓ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

Leave a Reply

Your email address will not be published. Required fields are marked *