Youth Lynched to Death in Balianta Area in Police Presence ପୋଲିସ ସାମ୍ନାରେ ପିଟି ପିଟି ମାରିଦେଲେYouth Lynched to Death in Balianta Area in Police Presence

ରାଜଧାନୀରେ ବର୍ବର କାଣ୍ଡ
ବାଡେଇ ବାଡେଇ ଯୁବକଙ୍କୁ ମାରିଦେଲେ ଲୋକ
ପୁଲିସର ଉପସ୍ଥିତିରେ ଘଟିଲା ଏଭଳି ନାରକୀୟ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି ।
ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଂଚଳରେ ଜଣେ ଯୁବକକୁ ପିଟିପିଟି ସର୍ବସମ୍ମୁଖରେ ହତ୍ୟା କରାଯାଇଛି । ଯାହା କମିସନେରେଟ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଉଠାଇବା ସାଙ୍ଗକୁ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛି ।

ଏହି ଘଟଣାକୁ କେନ୍ଦ୍ର କରି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ସରକାରଙ୍କୁ ଘେରିଛନ୍ତି । ନିଜ ସୋସିଆଲ ମିଡ଼ିଆ ସାଇଟରେ ଏଭଳି ଘଟଣାକୁ ଅତ୍ୟନ୍ତ ବର୍ବର କହି ନିନ୍ଦା କରିଛନ୍ତି ନବୀନ। ରାଜ୍ୟ ରାଜଧାନୀ ନିକଟରେ ଏପରି ଜଘନ୍ୟ ଘଟଣା ଘଟୁଥିଲେ ବି ସରକାରଙ୍କ ଅସମ୍ଭବ ନୀରବତା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି ବୋଲି ସେ କହିଛନ୍ତି ।

ଏହା ସହ ପୋଲିସ ଉପସ୍ଥିତିରେ ଯଦି ଏପରି ଘଟଣା ଘଟୁଛି, ତେବେ ଲୋକେ କାହାକୁ ସୁରକ୍ଷା ମାଗିବେ? ଅପରାଧୀଙ୍କ ଆଗରେ ପୋଲିସ ପ୍ରଶାସନ, ସରକାର ଏତେ ଅସହାୟ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେବେ ଭୁବନେଶ୍ୱର ଉପକଣ୍ଠରେ ଯଦି ସରକାର ଏପରି ଘଟଣାକୁ ରୋକିବାରେ ଅସମର୍ଥ, ତେବେ ସାରା ରାଜ୍ୟର ଅବସ୍ଥା କ’ଣ ତାହା ସ୍ପଷ୍ଟ ଅନୁମେୟ। ନିକଟରେ ହିଞ୍ଜିଳି, କଣାସ ଓ ଢେଙ୍କାନାଳରେ ଘଟିଥିବା ବର୍ବର କାଣ୍ଡରେ ସରକାର କ’ଣ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ?

ସାଧାରଣ ଜନତାଙ୍କ ସୁରକ୍ଷା ସରକାର କାହିଁକି ବିପନ୍ନ କରୁଛନ୍ତି? ବଡ଼ ବଡ଼ ଭାଷଣରେ ସରକାର ଚାଲେନି, ମିଛ ବାହାସ୍ଫୋଟରେ ସରକାର ଚାଲେନି।

ସରକାର ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୋକଙ୍କ ସୁରକ୍ଷା ତଥା ଓଡ଼ିଶାରେ ଆଇନଶୃଙ୍ଖଳା ସୁନିଶ୍ଚିତ କରନ୍ତୁ ବୋଲି କହିଛନ୍ତି ନବୀନ । ଯାହା ଏବେ ସରକାରଙ୍କୁ ହରଡ଼ଘଣାରେ ପକାଇଥିବା ବେଳେ ତଦନ୍ତ କେଉଁ ଦିଗକୁ ଯାଉଛି ତାହା ଦେଖିବାର ଅପେକ୍ଷା ।

Leave a Reply

Your email address will not be published. Required fields are marked *